ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ କେସିଙ୍ଗା ଗସ୍ତ: ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ 

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଦୁଇ ଦିନିଆ ଗସ୍ତ ଅବସରରେ କଳାହାଣ୍ଡି, କନ୍ଧମାଳ ଓ ଗଞ୍ଜାମ ଜିଲ୍ଲା ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କରିଥିବା ବେଳେ କେସିଙ୍ଗା ଗୁର୍ଜିମୁଣ୍ଡା ଯୋଗମାୟା ଶକ୍ତି ପୀଠକୁ ପର୍ଯ୍ୟଟନସ୍ଥଳୀ ଭାବେ ଘୋଷଣା କରିବା ସହ ୧୨ କୋଟି ଆର୍ଥିକ ଅନୁଦାନ ଘୋଷଣା କରିଛନ୍ତି। ପ୍ରଥମେ କେସିଙ୍ଗା ବ୍ଲକ ଉତ୍କେଲା ଉଡ଼ାଜାହାଜ ପଡିଆରେ ଅବତରଣ ପରେ କୁଣ୍ଡାବନ୍ଧ ପଞ୍ଚାୟତ ସ୍ଥିତ ଗୁର୍ଜିମୁଣ୍ଡା ଯୋଗମାୟା ଶକ୍ତି ପୀଠକୁ ପରିଦର୍ଶନରେ ଯାଇଥିଲେ ଓ ଯୋଗମାୟା ଶକ୍ତି ପୀଠରେ ପୂଜାର୍ଚନା କରି ଯୋଗମାୟା ପୀଠ ବୁଲିଦେଖିଥଲେ। ଏବଂ ଅଞ୍ଚଳର ବହୁଦିନର ଦାବି ଯୋଗମାୟା ପୀଠକୁ ଏକ ପର୍ଯ୍ୟଟନସ୍ଥଳୀ ଭାବେ ମାନ୍ୟତା ଦେବା ସହ ଏହାର ଉନ୍ନତି ପାଇଁ ୧୨ କୋଟିରୁ ଉର୍ଦ୍ଧ ଆର୍ଥିକ ଅନୁଦାନ ରାଶି ଘୋଷଣା କରିଥିଲେ। ସେଠାରୁ ସେ କେସିଙ୍ଗା ସିଟିଜେନ ଫୋରମର ବାର୍ଷିକ ଉତ୍ସବରେ ଯୋଗଦେଇଥିଲେ। ପରେ କେସିଙ୍ଗା ଉଚ୍ଚ ବିଦ୍ୟାଳୟ ପରିସରରେ ନୂତନ ଭାବେ ନିର୍ମିତ ହୋଇଥିବା ୨ ଶହ ଶଯ୍ୟା ବିଶିଷ୍ଟ ଅନୁସୂଚିତ ଛାତ୍ରାବାସର ଶୁଭ ଉଦଘାଟନ କରିଥିଲେ ଏବଂ କେସିଙ୍ଗା ବ୍ଲକ ରେ ଜିଲ୍ଲାର ବିଭିନ୍ନ ଅଧିକାରୀ ମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ କରିଥିଲେ। ଆମ ସରକାରଙ୍କ ପ୍ରାଥମିକତା ତୃଣମୂଳ ସ୍ତରରେ କାମକରିବା ଓ ଜନ ଶୁଣାଣୀଙ୍କୁ ଗୁରୁତ୍ୱ ଦେଇ ଲୋକଙ୍କ କାମ କରିବା ଗୋଟିଏ ଛୋଟିଆ କାମରେ ଯଦି ଲୋକଙ୍କ କିମ୍ବା ଗାଁ କୁ ଆମେ ସଂଯୋଗୀକରଣ କରିପାରିବା ଏହା ଆମ ସମସ୍ତ ଙ୍କ ପାଇଁ ଏହା ଏକ ବଡ ଉପଲବ୍ଧି ବୋଲି ଉପସ୍ଥିତ ଜିଲ୍ଲାର ବିଭିନ୍ନ ବିଭାଗ ର ଅଧିକାରୀ ମାନଙ୍କୁ ସେ ପରାମର୍ଶ ଦେଇଥିଲେ। ପରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ପ୍ରେସ ବିବୃତି ପ୍ରଦାନ କରିଥିଲେ। ଆମେ ସବକା ସାଥ ସବକା ବିକାଶ ମହାମନ୍ତ୍ର ନେଇ କାମ କରୁଛୁ, କେସିଙ୍ଗା ସିଟିଜେନ ଫୋରମ ର ଅନେକ ଦାବି ପୂରଣ ହୋଇଛି ମୋର ତିନୋଟି ବିଭାଗ ମହିଳା ଶିଶୁ କଲ୍ୟାଣ, ମିଶନଶକ୍ତି ଓ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଭାବେ ଅନେକ ଯୋଜନା ଆମେ ହାତକୁ ନେଇଛୁ ସୁଭଦ୍ରା ଯୋଜନା ରେ ୪ ଲକ୍ଷ ୧୦ ହଜାର ୭୩୨ ମହିଳା ଆବେଦନ କରିଥିଲେ ସେଥିମଧ୍ୟରୁ ୩ ଲକ୍ଷ ୭୫ ହଜାର ୫୫୬ ଜଣ ମହିଳା ଙ୍କୁ ସୁଭଦ୍ରା ଯୋଜନା ସହାୟତା ମିଳିଛି ୨୦୨୪-୨୫ ଆର୍ଥିକ ବର୍ଷରେ ୯୩ ହଜାର ୩୭୬ ଜଣ ଲକ୍ଷପତି ଦିଦିଙ୍କ ମଧ୍ୟରୁ ଆମେ ୮୭ ଲକ୍ଷପତି ଦିଦି ଆମେ ସୃଷ୍ଟି କରିପାରିଛୁ ଏହା କଳାହାଣ୍ଡି ଜିଲ୍ଲା ପାଇଁ ବଡ଼ ଉପଲବ୍ଧି ଏବଂ ୨୦୨୫ -୨୬ ଆର୍ଥିକ ବର୍ଷ ପାଇଁ ଆମେ ୩୮ ହଜାର ଲକ୍ଷପତି ଦିଦି ପାଇଁ ଟାର୍ଗେଟ ଅଛି ତାହା ନିଶ୍ଚୟ ପୂରଣ ହେବ। ମହିଳା ଶିଶୁ ବିକାଶ ବିଭାଗ ଅଙ୍ଗନବାଡି କେନ୍ଦ୍ର ମାନଙ୍କ ରେ ଅପପୃଷ୍ଟି ମୁକ୍ତି ଓଡିଶା ଗଠନ କରିବା ଆମର ଲକ୍ଷ। ଭବାନୀପାଟଣା ରେଡ଼କ୍ରସ ଦିବ୍ୟାଙ୍ଗ ବିଦ୍ୟାଳୟ ରେ ଜଣେ ବାଳିକା ଙ୍କ ପ୍ରତି ହୋଇଥିବା ଅସଦାଚରଣ ଘଟଣା ରେ ଜିଲ୍ଲା ପ୍ରଶାସନ ଘଟଣା କୁ ଚପେଇଦେବା ପାଇଁ ଚେଷ୍ଟା କରି କ୍ଲିନ ଚିଟ ଦେଇଛି। ଗଣମାଧ୍ୟମ ପ୍ରତିନିଧି ଙ୍କ ପ୍ରଶ୍ନ ରେ ଯିଏ ଦୋଷୀ ନିଶ୍ଚୟ ଦଣ୍ଡିତ ହେବେ ବୋଲି ସେ କହିଥିଲେ ଓ ଛତୁଆ ଦୁର୍ନୀତି ଗତ ସରକାର ଙ୍କ ପଲିସି ଯୋଗୁଁ ହୋଇଛି। ଗୋଟିଏ ମାତ୍ର ଟେଷ୍ଟିଙ୍ଗ ସେଣ୍ଟର ଅଛି ସେଥିପାଇଁ ଅସୁବିଧା ହେଉଛି। ଆମେ ଚେଷ୍ଟା କରୁଛୁ ଟେଷ୍ଟିଙ୍ଗ ସେଣ୍ଟର ବୃଦ୍ଧି ପାଇଁ ଏବଂ ପର୍ଯ୍ୟଟନ ବିଭାଗ ଦ୍ୱାରା ଯାହା ପ୍ରତିଶୃତି ଦିଆଯାଇଛି ସବୁ ପୁରଣ ହେବ ବୋଲି ସେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ପ୍ରେସ ବିବୃତି ରେ ସୂଚନା ଦେଇଥିଲେ। ଆଜିର ସମୀକ୍ଷା ବୈଠକ ରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଜିଲ୍ଲା ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଦୟାମୟ ପାଢ଼ୀ, ଡିଏଫଓ ରମେଶ ବିସ୍ଣୋଇ, ଆଇଏଏସ ପ୍ରବେଶନର ଅନିମେଷ ପ୍ରଧାନ, କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି, ବିଡ଼ିଓ ଜନ୍ମେଜୟ ସ୍ୱାଇଁ ବିଜେପି ଜିଲ୍ଲା ସଭାପତି ଯୁଗଳ କିଶୋର ପୋଢ଼ ପ୍ରମୁଖ ଙ୍କ ସହ ବିଭିନ୍ନ ବ୍ଲକ ବିଡ଼ିଓ ଓ ଜିଲ୍ଲାର ବିଭିନ୍ନ ବିଭାଗ ର ବିଭଗୀୟ ଅଧିକାରୀ ଏହି ମାରାଥନ କାର୍ଯ୍ୟକ୍ରମ ମାନଙ୍କରେ ଯୋଗ ଦେଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.