ଉଦଯାପିତ ହେଲା ‘ସ୍ରଷ୍ଟା’ର ରାଜ୍ୟସ୍ତରୀୟ ବାର୍ଷିକ ନାଟକ ମହୋତ୍ସବ: ଶେଷ ସନ୍ଧ୍ୟାରେ ମଞ୍ଚସ୍ଥ ହେଲା ନାଟକ ‘ଭିନ୍ନ ଏକ ସିଦ୍ଧାନ୍ତ’

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସହାୟତାରେ ନାଟ୍ୟାନୁଷ୍ଠାନ ‘ସ୍ରଷ୍ଟା’ର ୪୮ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଉଦଯାପିତ ହୋଇ ଯାଇଛି। ଏଇ ଉଦଯାପନୀ ସନ୍ଧ୍ୟାଟି ସଂସ୍କୃତିପ୍ରେମୀ, ବିଶିଷ୍ଟ ଶିଶୁ ରୋଗ ବିଶଷଜ୍ଞ ଡାକ୍ତର ବିଜୟ କୁମାର ଗିରିଙ୍କୁ ଉତ୍ସର୍ଗ କରାଯାଇଥିଲା। ଏହାକୁ ପ୍ରଯୋଜନା କରିଥିଲେ ତାଙ୍କର ପୁତ୍ର ଓ ପୁତ୍ରବଧୂ ଡାକ୍ତର ଅମିତାଭ ଗିରି ଓ ଡାକ୍ତର ମଧୁବାଳା ଗିରି।ଗାନ୍ଧୀ ସ୍ମୃତି ଭବନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡି.ଆର.ଡି.ଓ.ର ଅସିଷ୍ଟାଣ୍ଟ ଡାଇରେକ୍ଟର ଶ୍ରୀ ନୀଳାଦ୍ରି ରାଏ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ବାଲେଶ୍ଵର ଏଲୟେଜର ସଭାପତି ଶ୍ରୀ ରାଜୀବ ମହାପାତ୍ର ଓ ନାଟ୍ୟ ନିର୍ଦ୍ଦେଶକ ଶ୍ରୀ ସଂଗ୍ରାମ କେଶରୀ ମହାନ୍ତି ଯୋଗ ଦେଇଥିଲେ।

Omkar Vasthu
Omkar Vasthu

ଅଧୁନା ନାଟକ ଦେଖିବା ପାଇଁ ଦର୍ଶକଙ୍କ ଆଗ୍ରହ କମି ଯାଉଛି ଓ ତାକୁ ଆହୁରି ଲୋକାଭିମୁଖୀ କରିବା ପାଇଁ ଭଲ ନାଟକ ମଞ୍ଚସ୍ଥ କରିବାର ଆବଶ୍ୟକତା ଅଛି, ସେ ସମ୍ପର୍କରେ ଅତିଥିମାନେ ମତବ୍ୟକ୍ତ କରିବା ସହିତ ବର୍ତ୍ତମାନ ସମୟରେ ଏଇ ନାଟକ ମାଧ୍ୟମରେ କିପରି ସମସ୍ତଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ସମାଜକୁ ସୁନ୍ଦର ବାର୍ତ୍ତା ପ୍ରଦାନ ପୂର୍ବକ ସମାଜକୁ ପରିବର୍ତ୍ତନର ଉତ୍ତମ ମାର୍ଗ ଦେଖାଇ ହେବ ସେ ଦିଗରେ ବକ୍ତବ୍ୟ ରଖିଥିଲେ।

Pearl dental clinic
Near Ashish Medical Store, Bhawanipatna

ଏଥିରେ ‘ସ୍ରଷ୍ଟା’ର ସମ୍ପାଦକ ନାଟ୍ୟକାର ହେମେନ୍ଦ୍ର ମହାପାତ୍ର ପୌରୋହିତ୍ୟ କରିଥିଲେ। ସଭାପତି ଶ୍ରୀ ଆଲୋକ କୁମାର ସାହୁ ପ୍ରାକ୍ କଥନ ରଖି ଥିଲା ବେଳେ ସ୍ରଷ୍ଟାର ସଦସ୍ୟ ବ୍ରହ୍ମନାଥ ରଥ ମଞ୍ଚ ପରିଚାଳନା କରି କରିଥିଲେ। ସାହିତ୍ୟିକ, ନାଟ୍ୟକାର ପୀତାମ୍ବର ଦାସ ଧନ୍ୟବାଦ ଦେଇଥିଲେ।

Udyog Nursery
Udyogi Nursery

ପରେ ପରେ ‘ସ୍ରଷ୍ଟା’ର ନିଜସ୍ଵ ନାଟକ ‘ଭିନ୍ନ ଏକ ସିଦ୍ଧାନ୍ତ’ ନାଟ୍ୟାନୁଷ୍ଠାନର କଳାକାରଙ୍କ ଦ୍ଵାରା ନାଟ୍ୟକାର ହେମେନ୍ଦ୍ର ମହାପାତ୍ରଙ୍କ ଲିଖିତ, ନିର୍ଦ୍ଦେଶନା ଓ ଗୌରୀ ଶଙ୍କର ସାହାଣିଙ୍କ ସହ ନିର୍ଦ୍ଦେଶନା ତଥା ନାଟ୍ୟକାର ସୁଶାନ୍ତ କୁମାର ଦାସଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ମଞ୍ଚସ୍ଥ ହୋଇଥିଲା। ଏଥିରେ ରତିକାନ୍ତ ମଲିକ, ପ୍ରସନ କୁମାର ଦାସ,ବିଶ୍ୱଜିତ୍ ମହାପାତ୍ର, ଦିବାକର ମହାନ୍ତି, ପୁଷ୍ପିତା ପାଢ଼ୀ, ସ୍ଵାତୀ ପଣ୍ଡାଙ୍କ ନିଖୁଣ ଅଭିନୟ ଦର୍ଶକ ମହଲରେ ମନମୁଗ୍ଧକର ପରିବେଶ ସୃଷ୍ଟି କରି ଏକ ଅପୂର୍ବ ଆଲୋଡନ ସୃଷ୍ଟି କରିଥିଲା।

‘ସ୍ରଷ୍ଟା’ର ଶ୍ରୀ ଦିବାକର ମହାନ୍ତି, ଗୌରୀ ଶଙ୍କର ସାହାଣୀ, ସମରାଇ କର, ସଂଗ୍ରାମ ମହାନ୍ତି, ରାମଚନ୍ଦ୍ର ମହାପାତ୍ର, ସରୋଜ ରାଉତ, ରତିକାନ୍ତ ମଲିକ, ମଦନ ମୋହନ ସାହୁ, ଅଜିତ ପଣ୍ଡା, ପୁଷ୍ପିତା ପାଢ଼ୀ, ଗିରିଜା ଶଙ୍କର କର, ପ୍ରଦୀପ ସତପଥି, ରଶ୍ମିରଞ୍ଜନ ଦାସ, ବିଶ୍ୱଜିତ୍ ମହାପାତ୍ର, ମନୋରଞ୍ଜନ ଦାସ, ସ୍ୱାଗତିକା ବାରିକ, ସ୍ୱାତୀଶ୍ମିତା ଦାସ, ସୁମନା ପରିଡ଼ା, ସ୍ଵାତୀ ପଣ୍ଡା, ଋତୁରାଜ ବାରିକ, ସୌରଜିତ୍ ସାହୁ, ଅନୁଭା ଶତପଥୀ, ସନ୍ତୋଷ କମିଲା ପ୍ରମୁଖ ସଦସ୍ୟ କାର୍ଯକ୍ରମକୁ ସୁପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.