ଉଦଯାପିତ ହେଲା ଭୀମକେଲା ଉଚ୍ଚ ବିଦ୍ୟାପୀଠର ରଜତ ଜୟନ୍ତୀ ସମାରୋହ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାପୀଠ ଭୀମକେଲାର ରଜତ ଜୟନ୍ତୀ ସମାରୋହ ଉଦଯାପିତ ହୋଇଯାଇଅଛି। ଏହି ସମାରୋହ ୮ ଓ ୯ ତାରିଖ ଦୁଇଦିନ ଧରି ସମାରୋହ ଅନୁଷ୍ଠିତ ହୋଇଥିଲା। ଉଦ୍ଜାପନୀ ଦିବସର ପ୍ରଥମ ଅଧିବେଶନରେ ବିଦ୍ୟାଳୟ ପରିସରରେ ନିର୍ମିତ ମା ସରସ୍ବତୀଙ୍କ ମୃଣ୍ମୟ ମୂର୍ତ୍ତିକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଧୁସୂଦନ ଦାଶ ଉନ୍ମୋଚନ କରିଥିଲେ। ପରେ ସଭାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ ଯୋଗଦାନ କରିଥିଲେ। ସମ୍ମାନୀତ ଅତିଥି ଭାବେ ଛତିଶଗଡ଼ ସରକାରଙ୍କ ଅବସରପ୍ରାପ୍ତ ମହାଲେଖାକାର ପୂର୍ଣ୍ଣଚନ୍ଦ୍ର ମାଝୀ, ନର୍ଲା ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୂର୍ଯ୍ୟଦେବ ବାଗ, ସୁଢଳ ଦେଵ ମୁଣ୍ଡ, ନର୍ଲା ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ସୁନାମୁଦୀ, ପୁରାତନ ଛାତ୍ର ସଂଘର ସମ୍ପାଦକ ସରୋଜ କୁମାର ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଦ୍ୟାପୀଠର ରଜତ ଜୟନ୍ତୀ ସମାରୋହକୁ ଭୂୟସୀ ପ୍ରଶଂସା କରିବା ସହ ବିଦ୍ୟାଳୟର ଉଜ୍ଜ୍ବଳମୟ ଭବିଷ୍ୟତ କାମନା କରିଥିଲେ। ଏଥିରେ ମୁଖ୍ୟ ବକ୍ତା ରୁପେ ମେଜର ଡଃ ଜୟଦେବ ସାହୁ ଯୋଗଦାନ କରି ଭଲ ମଣିଷ ତିଆରି କରିବା ପାଇଁ ବିଦ୍ୟାଳୟ ଆଗେଇ ଆସିବାକୁ ଆହ୍ୱାନ କରିଥିଲେ। ବରିଷ୍ଠ ଶିକ୍ଷକ ବିନୟ କିଶୋର ଦାଶଙ୍କ ସଭାପତିତ୍ବରେ ପ୍ରଥମ ଅଧିବେସନ ଅନୁଷ୍ଠିତ ହୋଇଥିବା ବେଳେ ଛାତ୍ର ସଂସଦ ସଭାପତି କୁଶ ଚନ୍ଦ୍ର ସାହୁ, ସଦସ୍ୟ ହେମନ୍ତ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ। ସେହିପରି ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଧୂସୁଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ କାର୍ଯ୍ୟକ୍ରମରେ ନର୍ଲା ବିଧାୟିକା ମନୋରମା ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦାନ କରିଥିବା ବେଳେ ବିଶିଷ୍ଟ ଅତିଥି ଭାବେ ନର୍ଲା ବ୍ଳକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ସମ୍ମାନିତ ଅତିଥି ଭାବେ ନର୍ଲାରୋଡ ଜୟ ଦୁର୍ଗା ହାଇସ୍କୁଲର ବିଜ୍ଞାନ ଶିକ୍ଷକ ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ସନ୍ତୋଷ କୁମାର କର, ନର୍ଲା ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ମାଝୀ, ଛାତ୍ର ସଂସଦର ସଭାପତି କୁଶ ଚନ୍ଦ୍ର ସାହୁ ଯୋଗଦାନ କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ଭବାନୀପାଟଣା ଜୟ ପ୍ରକାଶ ସାନ୍ଧ୍ୟ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଗବେଷକ ପରମେଶ୍ବର ମୁଣ୍ଡ ଯୋଗଦାନ କରି ମାର୍ଗଦର୍ଶନ ଦେଇଥିଲେ। ଇତ୍ୟବସରରେ ପୁରାତନ ଛାତ୍ର ସଂସଦର କର୍ମକର୍ତ୍ତା, ବିଦ୍ୟାଳୟର ଶିକ୍ଷକ ଓ ଗ୍ରାମର ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା। ପୁରାତନ ଛାତ୍ର ସଂସଦ ସଭାପତି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସମ୍ପାଦକ ସରୋଜ ସାହୁ, ପ୍ରଦୀପ ଗଉଡ଼ଙ୍କ ସମେତ ଅନ୍ୟ ସଦସ୍ୟ ଓ ବିଦ୍ୟାଳୟର ଶିକ୍ଷକ ମାନେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.