ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ରିସର୍ଚ୍ଚ ସୋସାଇଟି ଫର୍ ଷ୍ଟଡ଼ିଜ୍ ଅଫ୍ ଡାୟାବେଟିସ୍ ଇନ୍ ଇଣ୍ଡିଆ – ଓଡ଼ିଶା ଷ୍ଟେଟ୍ ଚ୍ୟାପ୍ଟର୍ ତରଫରୁ ଭବାନୀପାଟଣା ସ୍ଥିତ ହୋଟେଲ ଶ୍ରୀଜା ସେଣ୍ଟ୍ରାଲ୍ ଠାରେ ପ୍ରଥମଥର ପାଇଁ ଆସନ୍ତା ୨୨ ତାରିଖ ରବିବାର ଦିନ ସକାଳ ନଅଟାରୁ ଅପରାହ୍ନ ସାଢ଼େଚାରିଟା ପର୍ଯ୍ୟନ୍ତ ‘ଡାୟାମିଟ୍’ ଶୀର୍ଷକ ଏକ ମଧ୍ୟବର୍ତ୍ତୀକାଳୀନ ନିରନ୍ତର ଶିକ୍ଷା ସମାବେଶ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ଶାଖା ସଭାପତି ବିଶିଷ୍ଟ ଚିକିତ୍ସକ ପ୍ରଫେସର୍ ଆର୍.କେ. ଗୋୟେଙ୍କା, ପ୍ରଫେସର ଜୟନ୍ତ କୁମାର ପଣ୍ଡା, ପ୍ରଫେସର ଏସ୍.କେ. ବନ୍ସଲ୍, ଡା. ସଂଜୟ ଦାଶ, ପ୍ରଫେସର ଡା. ଦୀପକ ଦାସ, ଡା. ରାଜେଶ ମେହେର, ଡା. ସିଦ୍ଧାର୍ଥ ପାଣିଗ୍ରାହୀ, ଡା. ସନ୍ଦୀପ ଦେବାଶିଷ ମିଶ୍ର, ପ୍ରଫେସର ଶ୍ରୀକାନ୍ତ ଧର, ପ୍ରଫେସର ଚନ୍ଦନ ଦାଶ ପ୍ରମୁଖଙ୍କ ସମେତ ରାଜ୍ୟର ବହୁ ଅଭିଜ୍ଞ ଭେଷଜ ତଥା ମଧୁମେହ ବିଶେଷଜ୍ଞ ବକ୍ତା ଭାବେ ଯୋଗଦେଇ ମଧୁମେହ ରୋଗ ଏବଂ ଏହାର ଜଟିଳତା ତଥା ଆଧୁନିକ ଚିକିତ୍ସା ପଦ୍ଧତି ସମ୍ବନ୍ଧରେ ଶିକ୍ଷା ପ୍ରଦାନ କରିବେ। ଏହି କାର୍ଯ୍ୟକ୍ରମଟି ଆଞ୍ଚଳିକ ଡାକ୍ତର ତଥା ପଡ଼ୋଶୀ ଜିଲ୍ଲାରେ କାର୍ଯ୍ୟରତ ଚିକିତ୍ସକମାନଙ୍କ ପାଇଁ ବିଶେଷ ଉପାଦେୟ ସାବ୍ୟସ୍ତ ହେବ ବୋଲି ସମ୍ମିଳନୀର କାର୍ଯ୍ୟକାରୀ ସମ୍ପାଦକ ତଥା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଭେଷଜ ବିଶେଷଜ୍ଞ ଡା. ଦୀନବନ୍ଧୁ ସାହୁ ପ୍ରକାଶ କରିଛନ୍ତି । ଏହି ମଧ୍ଯକାଳୀନ ନିରନ୍ତର ଶିକ୍ଷା ସମାବେଶ ବରିଷ୍ଠ ଭେଷଜ ବିଶେଷଜ୍ଞ ଡା. ଜଗୁଲାଲ ଅଗ୍ରୱାଲଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହେଉଥିବା ବେଳେ କାର୍ଯ୍ୟକ୍ରମଟିର ବିଶେଷ ସଫଳତା ପାଇଁ ସହିଦ୍ ରେଣ୍ଡୋ ମାଝୀ ମେଡ଼ିକାଲ କଲେଜ ଭେଷଜ ବିଭାଗୀୟ ମୁଖ୍ୟ ପ୍ରଫେସର ଶରତ ଚନ୍ଦ୍ର ସିଂହ, ଜିଲ୍ଲା ମୁଖ୍ୟ ଚିକିତ୍ସାଧୂକାରୀ ଡା. ହରେକୃଷ୍ଣ ଶତପଥୀ, ଆଇ.ଏମ୍.ଏ., ସମ୍ପାଦକ ଡା. ରବିନାରାୟଣ ସେନାପତି, ସମ୍ମିଳନୀ ସମ୍ପାଦକ ଡା. ଦୀନବନ୍ଧୁ ସାହୁ ପ୍ରମୁଖ ଆଗ୍ରହୀ ଆଞ୍ଚଳିକ ଡାକ୍ତରମାନଙ୍କୁ ଯୋଗଦାନ ସକାଶେ ଅନୁରୋଧ କରିଛନ୍ତି।





