ଧର୍ମଗଡ ସ୍ନାତକ ମହିଳା ମହାବିଦ୍ୟାଳୟରେ ପରିସରରେ ଛାତ୍ରୀ ଆତ୍ମରକ୍ଷା ପ୍ରଶିକ୍ଷଣ

ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼: ଧର୍ମଗଡ ସ୍ନାତକ ମହିଳା ମହାବିଦ୍ୟାଳୟ ପରିସରରେ ଛାତ୍ରୀ ଆତ୍ମରକ୍ଷା ପ୍ରଶିକ୍ଷଣ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ମୂର୍ତ୍ତି ମଞ୍ଜୁରୀ ପଣ୍ଡାଙ୍କ ସଭାପତିତ୍ବ ରେ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ ବନପାଳ ଶ୍ରୀମତୀ ଝୁନୁ ମାଳା ସାହୁ ଏବଂ ମୁଖ୍ୟ ବକ୍ତା ରୁପେ ଯୋଗଦାନ କରିଥିଲେ ବନରକ୍ଷୀ ଶ୍ରୀମତୀ ଅନିତା ଦୁର୍ଗା। ଶିକ୍ଷା ସହିତ ନିଜ ଆତ୍ମରକ୍ଷା ନ କଲେ ନିଜେ କେବେ ମଧ୍ୟ ଆଗକୁ ବଢ଼ି ପାରିବେ ନାହିଁ। ନିଜ ଗୋଡ଼ରେ ନିଜେ ଠିଆ ହେଇ ମନସିକ ସ୍ତର ରେ ନିଜେ ନିଜକୁ ସଚେତନ ହେଇ ପାରିଲେ ଏକ ସୁସ୍ଥ ସମାଜ ଗଢି ହୁଏ ବୋଲି ଅଟିଥି ମାନେ ମତବ୍ୟକ୍ତ କରିଥିଲେ। ଆଠ ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ଛାତ୍ରୀ ମାନଙ୍କୁ ଟ୍ରେନ କରିଥିଲେ ଦୁଇ ଜଣ ଟ୍ରେନର ଜଳି ପରା ଭୋଇ ଏବଂ ଶିବାନୀ ଭାଟି ଏବଂ ଇଂରାଜୀ ବିଭାଗ ଅଧ୍ୟାପିକା କୁମାରୀ କୁମୁଦିନୀ ନାଏକ। ଆଜିର ଏହି କାର୍ଯ୍ୟକ୍ରମ ରେ ଓଡ଼ିଆ ବିଭାଗ ମୁଖ୍ୟ ଶ୍ରୀମତୀ ଜୟନ୍ତୀ କୁମାରୀ ମୁଦୁଲି, ଇଂରାଜୀ ବିଭାଗ ମୁଖ୍ୟ ଶ୍ରୀଯୁକ୍ତ ସରୋଜ କୁମାର ମେହେର, ଶିକ୍ଷା ବିଭାଗର ମୁଖ୍ୟ ଶ୍ରୀମତୀ ସୁଜାତା ମହାନ୍ତି, ଗୃହ ବିଜ୍ଞାନର ଅଧ୍ୟାପିକା କୁମାରୀ ଅର୍ଚ୍ଚନା ଗୁଛି, ଇତିହାସ ବିଭାଗର ମୁଖ୍ୟ ଶ୍ରୀମତୀ ପଦ୍ମାଳୟା ଦଣ୍ଡସେନା ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ। ଅଧ୍ୟାପିକା ଲୁସି ଗଉଡ଼, ରୋଜାଲିନ ଚିହ୍ନାରାଙ୍କ ସହିତ ଏଥିରେ ଶତାଧିକ ଛାତ୍ରୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମଟିକୁ ସଞ୍ଚାଳନ କରିଥିଲେ ଓଡ଼ିଆ ବିଭାଗର ଅଧ୍ୟାପକ ଶ୍ରୀଯୁକ୍ତ ଜୟଦ୍ରଥ ସୁନା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.