ଓଡ଼ିଆ ବାର୍ତ୍ତା/ ମୁରିବାହାଲ (ଅମରେଶ ମାଝୀ): ମୁରିବାହାଲ ବଜରଙ୍ଗ ଦଳ ତରଫରୁ ‘ହିନ୍ଦବୀ ସ୍ୱରାଜ୍ୟ’ର ମହାନ ପ୍ରବର୍ତ୍ତକ ଓ ଅଦମ୍ୟ ବୀରତ୍ୱର ପ୍ରତୀକ ଛତ୍ରପତି ଶିବାଜୀ ମହାରାଜଙ୍କ ଜନ୍ମ ଜୟନ୍ତୀ ଉତ୍ସାହ ଓ ଭକ୍ତିଭାବର ସହ ପାଳନ କରାଯାଇଛି। ମୁରିବାହାଲ ବଜରଙ୍ଗ ଦଳ ପ୍ରଖଣ୍ଡ ସଂଯୋଜକ ପଦ୍ମଲୋଚନ ସାହୁଙ୍କ ସଭାପତିତ୍ୱରେ ଏହି ସଭା ପରିଚାଳିତ ହୋଇଥିଲା। କାର୍ଯ୍ୟକ୍ରମରେ ଶିବାଜୀ ମହାରାଜଙ୍କ ଜୀବନ ଓ ଆଦର୍ଶ ଉପରେ ଆଲୋଚନା କରାଯାଇଥିବା ସହ ତାଙ୍କର ଦେଶପ୍ରେମ, ସାହସ ଓ ରାଷ୍ଟ୍ରନିର୍ମାଣରେ ଅବଦାନକୁ ସ୍ମରଣ କରାଯାଇଥିଲା। ଏହି ଅବସରରେ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ରାଜୀବ କୁମାର ମହାନ୍ତି, ସୁଧାଂଶୁ ପୋଢ଼ ଯାଦବ, ଉଦିତ କୁମାର କଟା, ୟଶରାଜ ଶର୍ମା, ଯୋଗେନ୍ଦ୍ର ଥାଟି, ଲିଲୁ ଜାଲ, ରଞ୍ଜିତ ଆଚାରୀ, ନୀତେଶ କୁମାର ସାହୁ, ମନୋହର ଥାଟି, ପଞ୍ଚୁ ସେଠ୍ ଓ ରୋହନ ବଛୋର୍ ସହ ବହୁ ସଦସ୍ୟ ଉପସ୍ଥିତ ଥିଲେ। ଶେଷରେ ଶିବାଜୀ ମହାରାଜଙ୍କ ଆଦର୍ଶକୁ ଅନୁସରଣ କରି ସମାଜ ସେବା ଓ ରାଷ୍ଟ୍ର ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ସଭାରେ ଆହ୍ୱାନ କରାଯାଇଥିଲା।





