ବିବାହର ୧୦ ଦିନ ପରେ ବାପଘରକୁ ଆସି ପ୍ରେମିକ ସହ ଚମ୍ପଟ ମାରିଲା ନବବଧୂ: ଥାନାରେ ମାମଲା

ଓଡ଼ିଆ ବାର୍ତ୍ତା/ ମୁରିବାହାଲ (ଅମରେଶ ମାଝୀ): ବାହାଘରର ୧୦ ଦିନ ପରେ ପ୍ରେମିକ ସହ ନବବଧୂ ଫେରାର ହୋଇଥିବା ଭଳି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରେ ବାହାଘରର ୧୦ ଦିନ ପରେ ବାପ ଘରକୁ ବୁଲିବାକୁ ଆସି ନବବଧୂ ତାଙ୍କ ପ୍ରେମିକ ସହ ଫେରାର ହୋଇଛନ୍ତି। କଣ୍ଟାବାଞ୍ଜି ଧୋବପଡ଼ାର ଯୁବତୀ ଲକ୍ଷ୍ମୀପ୍ରିୟା ବେହେରା ମୁରିବାହାଲ ବ୍ଲକ କର୍ଲା ଗାଁର ମୁକେଶ ବିଶାଳଙ୍କୁ ବାହା ହୋଇଥିଲେ। ୩ ଲକ୍ଷରୁ ଉଦ୍ଧ ଟଙ୍କାର ସୁନା ଅଳଙ୍କାର ଓ ଲକ୍ଷାଧିକ ଟଙ୍କା ସହ ଫେରାର ହୋଇଥିବା ସୂଚନା ମିଳିଛି। ଝିଅର ବାପା ଓ ସ୍ବାମୀଙ୍କ ପକ୍ଷରୁ ଏନେଇ ଥାନାରେ ଅଭିଯୋଗ ହୋଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.