ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳାନନ୍ଦ ବଗର୍ତ୍ତୀ): ସଇଁତଲା ସ୍ଥିତ ଗିରିଗୋବର୍ଦ୍ଧନ ମନ୍ଦିର ପରିସରରେ ବୃକ ଯାଦବ ଭବନ ଉଦ୍ଘାଟିତ ହୋଇଯାଇଛି । ବ୍ଳକ ଯାଦବ ସମାଜ ସଭାପତି ମନୋହର ବାଗଙ୍କ ଅଧ୍ୟକ୍ଷତାରେ ଆଯୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ତଥା ଜିଲ୍ଲା ଯାଦବ ମହାସଭାର ସଭାପତି ବିଧାୟକ ଲକ୍ଷ୍ମଣ ବାଗ, ଟିଟିଲାଗଡ଼ ବିଧାୟକ ନବୀନ କୁମାର ଜୈନ, ବ୍ଳକ ଅଧ୍ଯକ୍ଷା ମୋନିକା ସିଂ ଭୋଇ, ସାଂସଦଙ୍କ ବ୍ଳକ ପ୍ରତିନିଧ, ବିଡିଓ ପୁରୁଷୋତ୍ତମ ମିର୍ଦ୍ଧା ସଇଁତଲା ବ୍ଳକ ଯଦବ ସମାଜ ସମ୍ପାଦକ ବିନୟ ଭୋଇ, ସତ୍ୟନାରାୟଣ ବଗର୍ତ୍ତୀ, ଜିଲ୍ଲା ଉପଦେଷ୍ଟା ସତ୍ୟ ବାଗ, ଗୁଡ଼ଭେଲା ତୁଷୁରା ପୌରଞ୍ଚଳ ସଭାପତି ସନ୍ଦୀପ ବାଗ, ଟୁଡୁ ରାଜପଳିଆ, ଫିରୋଜ ବଗର୍ତ୍ତୀ, ପ୍ରମୁଖ ମଞ୍ଚାସୀନ ଥିଲେ। ଚବିଶ ପ୍ରହର ନାମଯଜ୍ଞର ଗୁରୁବାର ଦିନ ପୂର୍ଣ୍ଣାହୁତି ଏବଂ ନଗର ସଂକୀର୍ତ୍ତନ ହୋଇଛି। ପୂଜକ ଗୋବିନ୍ଦ ଶତପଥି, କିରନ ମିଶ୍ର, ନବ ଘନ ଷଡ଼ଙ୍ଗୀ, ତ୍ରିନାଥ ଶତପଥି, ଶିବ ମିଶ୍ର, ଯଜ୍ଞ କର୍ତ୍ତା ଜିଲ୍ଲା ଉପସଭାପତି ବିଜୟ ବିଶି ଓ ତାଙ୍କ ଧର୍ମପତ୍ନୀ ଟିକି ବିଶି ପ୍ରମୁଖଙ୍କ ଦ୍ବାରା ପ୍ରତିଷ୍ଠା ପୂଜା ଓ ନାମଯଜ୍ଞ ସଂପାଦିତ ହୋଇଥିଲା। ସେହି ଅବସରରେ ବିଧାୟକ ଶ୍ରୀ ବାଗ ସମାଜର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଏଥିରେ ଅନ୍ୟତମ ଅତିଥିଭାବେ ଜିଲ୍ଲା ଯୁବଯାଦବ କ୍ଷେତ୍ରପତି ଜାଲ, ବିନୋଦ ବଗର୍ତ୍ତୀ, ନାରାୟଣ ଜାଲ, ଦିଲ୍ଲୀପ ବଗର୍ତ୍ତୀ, ହୀରାଧର ଗହୀର, ଗୌର ଚନ୍ଦ୍ର ରାଜପଳିଆ, ଜିଲ୍ଲା ଚନ୍ଦ୍ର ଚନ୍ଦନ, ଗିରିଧାରୀ ଚନ୍ଦନ, ସଂକୀର୍ତ୍ତନ ବଗର୍ତ୍ତୀ, ମିଳନ ବଗର୍ତ୍ତୀଙ୍କ ସମେତ ସଇଁତଲା ବ୍ଲକର ୨୨ ଟି ଗ୍ରାମପଞ୍ଚାୟତର ଯାଦବ ସମାଜର ସଭାପତି ସମ୍ପାଦକ, ସମାଜର କର୍ମକର୍ତ୍ତା ଉପସ୍ଥିତ ଥିଲେ ।




