ଓଡ଼ିଆ ବାର୍ତ୍ତା/ କଲମପୁର (ଭୋଜରାଜ ଛତ୍ରିଆ): କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ କଲମପୁର ପଞ୍ଚାୟତ ଅଧିନସ୍ତ ସାଗବାରି ଗ୍ରାମରେ ଶ୍ରୀ ଶ୍ରୀ ଲକ୍ଷ୍ମୀ ନାରାୟଣ ମନ୍ଦିର ୧୨ ତମ ବାର୍ଷିକ ଉତ୍ସବ ଉପଲକ୍ଷେ ଅଷ୍ଟ ପ୍ରହର ଅଖଣ୍ଡ ନାମଯଜ୍ଞ ପାଇଁ ଗୁରୁବାର ଦିନ ଅପରାହ୍ନ ୩ ଘଣ୍ଟା ସମୟରେ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଗ୍ରାମ ତଥା ଅଞ୍ଚଳ ର ଶତାଧିକ ପୁରୁଷ ମହିଳା ଏକତ୍ରିତ ହୋଇ ବହୁ ଆନନ୍ଦ ଉଲ୍ଲାସରେ ଆଧ୍ୟାତ୍ମିକ ବାତାବରଣରେ ଘଣ୍ଟ ଶଙ୍ଖ, ହୁଳହୁଳି ସହିତ ଭଜନ କୀର୍ତ୍ତନ ସହ ଗ୍ରାମର ଚାରି ଖୋଟିଆବନ୍ଧ କୁ ଯାଇ ୧୦୮ ଜଳପୂର୍ଣ୍ଣ କଳସ ଆଣି ପୂଜା ମଣ୍ଡପରେ ସ୍ଥାପନ କରିଥିଲେ। ଏହି ଅଷ୍ଟ ପ୍ରହର ନାମ ଯଜ୍ଞ ର କର୍ତ୍ତା ଭାବେ ପଦ୍ମନାଭ ସାହୁ ଓ ତାଙ୍କ ସହ ଧର୍ମିଣୀ ପ୍ରେମଶିଲା ସାହୁ ରହିଥିବା ବେଳେ ପୂଜକ ଭାବେ ଶରତ ଚନ୍ଦ୍ର ପୁରୋହିତ, ଚନ୍ଦ୍ରଶେଖର ତ୍ରିପାଠୀ, ସୁଜିତ ମୁଣ୍ଡ, ଅକ୍ଷୟ ପୁରୋହିତ, ଜଗଦିଶ ପଣ୍ଡା ପ୍ରମୁଖ ପୂଜାକାର୍ଯ୍ୟ ଦାଇତ୍ଵ ନିର୍ବାହ କରୁଛନ୍ତି। ଅଷ୍ଟ ପ୍ରହର ଅଖଣ୍ଡ ନାମଯଜ୍ଞ ପୂଜା କମିଟିର ସଭାପତି ବିଜୟ କେତକୀ, ଉପ ସଭାପତି ରାଜିନ୍ଦ୍ର ସାହୁ, ସମ୍ପାଦକ ସୁଶାନ୍ତ ସାହୁ, ଯୁଗ୍ମ ସମ୍ପାଦକ ଧନବଳ ମାଝୀ, କୋଷାଧ୍ୟକ୍ଷ କେଶବ ସାହୁ ଓ ସୁବାଷ ସାହୁ ପ୍ରମୁଖ ଙ୍କ ସହିତ ସମସ୍ତ ଗ୍ରାମବାସୀ ସହଯୋଗ କରୁଛନ୍ତି। ଶୁକ୍ରବାର ପ୍ରାତଃ ୬.୧୨ ଗତେ ୬.୫୫ ମଧ୍ୟେ ନାମ ଆରମ୍ଭ ହୋଇ ଶନିବାର ପ୍ରାତଃ ୬.୩୫ ମି ରେ ନାମ ସମାପନ ଓ ନଗର ପରିକ୍ରମା,ଦଧି ହାଣ୍ଡି ଭଗ୍ନ ହେବା ସହିତ ଦିବା ୧୨.୩୦ ମି଼ ରେ ପୂର୍ଣ୍ଣାହୁତି ଓ ପ୍ରାସାଦ ସେବନ କାର୍ଯ୍ୟକ୍ରମ ରହିଥିବା କମିଟି ପକ୍ଷରୁ ସୂଚନା ମିଳିଛି। ଏହି ନାମଯଜ୍ଞ ରେ ସାତ ଗୋଟି ସଙ୍କୀର୍ତ୍ତନ ମଣ୍ଡଳୀ ଭାଗନେଇ ହରି ରସାମୃତ ଗାନ କରିବେ।




