ପଲସାପଡାରେ ଶ୍ୟାମ ବାବାଙ୍କ ଫାଲଗୁନ ମେଳା ଓ ନିଶାନ ପଦ ଯାତ୍ରା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ପଲସାପଡାରେ ଥିବା ଶ୍ୟାମବାବା ମନ୍ଦିରରେ ଫାଲଗୁନ ମେଳା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ରୁପ୍ରାରୋଡର ଜଗଜୀବନ ଛୋଟେ ଲାଲ (ଶ୍ୟାମ ପରିବାର) ଙ୍କ ଘର ଠାରୁ ବାବାଙ୍କ ନିଶାନ ପଦ ଯାତ୍ରା ଆରମ୍ଭ ହୋଇ ପଲସାପଡା ସ୍ଥିତ ଶ୍ୟାମ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା। ପ୍ରକାଶ ଯୋଗ୍ୟ ଯେ ଏହି ଶ୍ୟାମ ମନ୍ଦିର ୧୯୭୪ ମସିହାରେ ସ୍ଥାପିତ ହୋଇଅଛି ଏବଂ ଓଡିଶାରେ ଏହା ତ୍ରୁତୀୟ ପୁରୁଣା ବାବାଙ୍କ ମନ୍ଦିର ବୋଲି ସୂଚନା ମିଳିଛି। ଏହି ପଦ ଯାତ୍ରାରେ ଶ୍ୟାମ ପରିବାରର ସମସ୍ତ ସଦସ୍ୟ ରୁପ୍ରାରୋଡ, ଧର୍ମଗଡ଼, ଜୁନାଗଡ, କେସିଙ୍ଗା, ସମ୍ବଲପୁର, ଝାରସୁଗୁଡା, ଭବାନୀପାଟଣା, ଲଡ଼ୁଗାଁ, ବରଗଡ, ଟିଟିଲାଗଡ଼ରୁ ବହୁ ସଂଖ୍ୟାରେ ଭକ୍ତମାନେ ଯୋଗ ଦେଇଥିଲେ।

ମଙ୍ଗଳ ଆଳତି କରି ବାବାଙ୍କୁ ଏକ ସୁସଜ୍ଜିତ ରଥରେ ନଗର ପରିକ୍ରମା କରି ଭଜନ ଓ ଜୟ ଗାନ କରି ମନ୍ଦିର କୁ ଅଣା ଯାଇଥିଲା। ରୁପ୍ରାରୋଡର ଶ୍ୟାମ ଭକ୍ତ ରାଧେଶ୍ୟାମ ଶର୍ମା, ରାମଚନ୍ଦ୍ର ଶର୍ମା, ଶ୍ୟାମ ସୁନ୍ଦର ଶର୍ମା, ଅଶୋକ କମାନୀ, ଦୀନେଶ ଅଗ୍ରୱାଲ, ବିଜୟ ଅଗ୍ରୱାଲ, ସୁନୀଲ ଶର୍ମା, ସୁରେଶ, ପୱନ, ଅମିତ, ସନ୍ଦୀପ, ସୁମିତ, ପ୍ରଦୀପ, ପ୍ରମୋଦ, ଭବାନୀ, ମୁକେଶ,ଅମିତ ଏବଂ ଶ୍ୟାମ ପରିବାରର ଭକ୍ତମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରି ଥିଲେ। 

କେସିଙ୍ଗାରୁ ଫଲସାପଡା ପର୍ଯ୍ୟନ୍ତ ଶ୍ରୀ ଶ୍ୟାମ ଭକ୍ତଙ୍କ ୨୧ କି.ମି. ପଦଯାତ୍ରାର ଭବ୍ୟ ଶୁଭାରମ୍ଭ ପ୍ରଥମ ବର୍ଷ

ଆଜି ଶ୍ରୀ ଶ୍ୟାମ ମନ୍ଦୀର କେସିଂଗା ରୁ ୧୪ଟି ନିଶାନ ସହ ଶ୍ରଦ୍ଧାଳୁ ଭକ୍ତମାନଙ୍କ ପଦଯାତ୍ରାର ଭବ୍ୟ ଶୁଭାରମ୍ଭ ହୋଇଛି। ଅପାର ଶ୍ରଦ୍ଧା, ଭକ୍ତି ଓ ଉତ୍ସାହର ପରିବେଶ ମଧ୍ୟରେ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ୨୧ କିଲୋମିଟର ଦୂର ଅବସ୍ଥିତ ଶ୍ରୀ ଶ୍ୟାମ ମନ୍ଦୀର ପଲସାପଡା ପର୍ଯ୍ୟନ୍ତ ପହଞ୍ଚି ସମାପ୍ତ ହୋଇଥିଲା।ପଦଯାତ୍ରା ସମୟରେ “ଜୟ ଶ୍ରୀ ଶ୍ୟାମ” ଧ୍ୱନିରେ ପରିବେଶ ମୁଖରିତ ହୋଇଯାଇଥିଲା। ଭକ୍ତମାନେ ନିଶାନ ବହନ କରି ଭଜନ-କୀର୍ତନ ସହ ଆଗକୁ ବଢ଼ୁଥିଲେ, ଯାହା ଦୃଶ୍ୟ ଅତ୍ୟନ୍ତ ଆକର୍ଷଣୀୟ ଓ ଭାବବିହ୍ୱଳକର ଥିଲା। ଫାଲସାପଡା ପହଞ୍ଚିବା ପରେ ସମସ୍ତ ଶ୍ୟାମ ଭକ୍ତଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ସେଠାରେ ଭକ୍ତମାନଙ୍କ ପାଇଁ ଜଳପାନର ଉତ୍ତମ ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ବାବା ଶ୍ୟାମଙ୍କ ଭକ୍ତିରେ ମଗ୍ନ ଏହି ପବିତ୍ର ଅବସର ସମସ୍ତଙ୍କ ପାଇଁ ଅତ୍ୟନ୍ତ ଆନନ୍ଦମୟ ଓ ମନୋହର ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.