ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଡିଗ୍ରୀ କଲେଜରେ ଆତ୍ମସୁରକ୍ଷା ତାଲିମ୍ ଶିବିରଟି ଗୁରୁବାର ଉଦ୍ଘାଟିତ ହୋଇଯାଇଛି। ପୂର୍ବାହ୍ନ ୧୦ ଟା ସମୟରେ କଲେଜ ର ପ୍ରିନସିପାଲ ନାରାୟଣ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରର ଉଦ୍ଘାଟନୀ ଉତ୍ସବରେ ମହା ବିଦ୍ୟାଳୟର ଅଧ୍ୟାପକ ସୁଶାନ୍ତ ସାହୁ, କାର୍ଯ୍ୟକ୍ରମର ଅଧିକାରିଣୀ ଅଧ୍ୟାପିକା ସଂଘମିତ୍ରା ପଣ୍ଡା, ଅଧ୍ୟାପିକା ବାସନ୍ତୀ ସାହୁ,କଲେଜର ଶାରିରୀକ ଶିକ୍ଷକ କ୍ଷୀତିଶ କୁମାର ବଗର୍ତ୍ତୀ, ତାଲିମ ପ୍ରଦାନକାରୀ ଦୁଇ ଛାତ୍ରୀ କୁମୁଦିନୀ ମାଝୀ ଓ ଗୀତାଞ୍ଜଳୀ ବୈଠାରୁ ପ୍ରମୁଖ ମଞ୍ଚାସୀନ ରହି ଛାତ୍ରୀ ମାନଙ୍କୁ ମାର୍ଗଦର୍ଶନ ଦେଇ ଆଜିର ଆଧୁନିକ ଯୁଗର ସମାଜରେ ଛାତ୍ରୀ ମାନଙ୍କ ପାଇଁ ଆତ୍ମ ସୁରକ୍ଷା ତାଲିମ କେତେ ମହତ୍ତ୍ୱପୂର୍ଣ୍ଣ ତାହା ବୁଝାଇଥିଲେ। କାର୍ଯ୍ଯକ୍ରମଟିକୁ ଶିବିରର ପରିଚାଳନା ଦାଇତ୍ୱରେ ରହିଥିବା ମହା ବିଦ୍ୟାଳୟର ଅଧ୍ୟାପିକା ନୋଡାଲ ଅଫିସର ଶ୍ରୀମତୀ ପଣ୍ଡା ପରିଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଡିଗ୍ରୀ କଲେଜର କର୍ମଚାରୀ ସନ୍ତୋଷ ନାଏକ, ରବିଚନ୍ଦ୍ର ଭୋଇ, ସନ୍ତୋଷ ନାଗ, ଗୌର ମାଝୀ, ଗୋପାଳ ଆଡଜୁଆଡ, ବୁଲୁ ଥନାପତି ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ଆତ୍ମ ସୁରକ୍ଷା ଉପରେ ବାହାରୁ ତାଲିମ ନେଇ ଆସିଥିବା ଉକ୍ତ କଲେଜର ପୂର୍ବତନ ଛାତ୍ରୀ କୁମୁଦିନୀ ମାଝୀ ଓ ଗୀତାଞ୍ଜଳୀ ବୈଠାରୁ ଛାତ୍ରୀ ମାନଙ୍କୁ ଆତ୍ମ ସୁରକ୍ଷା ତାଲିମ ପ୍ରଦାନ କରିଥିଲେ। ଡିଗ୍ରୀ କଲେଜର ପ୍ରଥମ ବର୍ଷର ୮୦ ଜଣ ଛାତ୍ରୀ ଶିବିରରେ ତାଲିମ ନେଉଥିବା ବେଳେ ଏହି ଶିବିର ଆସନ୍ତା ୧୬/୩ ରେ ଉଦଯାପନୀ ହେବ ବୋଲି ସୂଚନା ମିଳିଛି। କାର୍ଯ୍ୟକ୍ରମ ଶେଷରେ ଓଡିଆ ଅଧ୍ୟାପକ ସୁଶାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।





