ଫକୀର ମୋହନ ସାହିତ୍ୟ ପରିଷଦ ପକ୍ଷରୁ ପାଳିତ ହେଲା ହୋଲି ଉତ୍ସବ ଓ କବିତା ଆସର

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): କବିତୀର୍ଥ ଶାନ୍ତି କାନନରେ ଫକୀର ମୋହନ ସାହିତ୍ୟ ପରିଷଦ ତରଫରୁ ହୋଲି ଉତ୍ସବ ଓ ହୋଲି କବିତା ଆସର ପାଳିତ ହୋଇଯାଇଛି। ଏଥିରେ ଡାକ୍ତର ଚୌଧୁରୀ ସତ୍ୟବ୍ରତ ନନ୍ଦ ପୌରୋହିତ୍ୟ କରିଥିଲେ। ଏହି ଅବସରରେ କବି ଜୁମର ନାଥ ପାତ୍ର ଓ ପଦ୍ମଲୋଚନ ପ୍ରଧାନଙ୍କ ମିଳିତ ସଂଯୋଜନାରେ ଏକ କବିତା ଆସର ଅନୁଷ୍ଠିତ ହୋଇଥିଲା।ଆସରର ପ୍ରାରମ୍ଭରେ ଯୁଗ୍ମ ସମ୍ପାଦିକା କଲ୍ୟାଣୀ ନନ୍ଦ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ। ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀ, ଦୀନବନ୍ଧୁ ଲେଙ୍କା, ଡକ୍ଟର ଶିରୀଶ ଚନ୍ଦ୍ର ଜେନା, ଦୀପକ ବୋଷ, ପ୍ରଦୀପ ଚାଟାର୍ଜୀ, ନିବାରଣ ଜେନା, ତପନ ରାୟ, ପ୍ରଭାତ କୁମାର ଆଚାର୍ଯ୍ୟ, ସମର ବଲ୍ଲଭ ଭୋଇ, ଦୀପକ ଦାସ, ରଂଜନ ବାଗ, ଦୀପକ ଦାସ, ସନ୍ତୋଷ କୁମାର ସାହୁ, ଦେବେନ୍ଦ୍ର ଦାସ, ପ୍ରଶାନ୍ତ କୁମାର ମହାନ୍ତି, ଶାନ୍ତିଲତା ପଣ୍ଡା, ବାସନ୍ତୀ ଦେ, ଅର୍ଚ୍ଚନା କର, ଶାନ୍ତି ବିଶି, କବିତା ଜେନା, ପ୍ରଜ୍ଞାରାଣୀ ମଲ୍ଲିକ, ସଂଗୀତା ରଥ ପ୍ରଭୃତି ଯୋଗ ଦେଇ ସ୍ୱରଚିତ କବିତା ପାଠ କରିବ ସହିତ ଦୋଳ ପୂର୍ଣ୍ଣିମା ଉପରେ ବକ୍ତବ୍ୟ ରଖିଥିଲେ। ଶେଷରେ ସମ୍ପାଦକ ରତ୍ନାକର ସିଂହ ପ୍ରାକ୍ କଥନ ରଖିଥିବା ବେଳେ ଯୁଗ୍ମ ସମ୍ପାଦକ ରାଜେଶ ଗିରି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.