ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ରୋଡ଼ ରାଧାକୃଷ୍ଣ ପରିଚାଳନା କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ହେବାକୁ ଥିବା ଷୋହଳ ପ୍ରହର ନାମଯଜ୍ଞ ପାଇଁ ଆଜି ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଦୁର୍ଭଟା ଗାଁ ପୋଖରୀରୁ ଲାଞ୍ଜିଗଡ଼ରୋଡ଼ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ମାନେ ସଂକୀର୍ତ୍ତନ ମଣ୍ଡଳୀ ବାଦ୍ୟ ସହ କଳସ ଆଣି ପୂଜା ମଣ୍ଡପରେ ସ୍ଥାପନ କରିଥିଲେ। ଗୁରୁବାର ଅଧିବାସ ଓ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଶୁକ୍ରବାର ସକାଳେ ନାମରମ୍ଭ ହୋଇ ରବିବାର ପୂର୍ଣ୍ଣାହୁତି ଓ ନଗର ପରିକ୍ରମା ହେବ ବୋଲି ଜଣାପଡିଛି। ଏହି ଷୋହଳ ପ୍ରହର ନାମଯଜ୍ଞରେ କର୍ତ୍ତା ଭାବେ ନୃପରାଜ ଗଉଡ଼ ଓ ତାଙ୍କ ଧର୍ମପତ୍ନୀ ସୁଷମା ଦାସ ଦାଇତ୍ୱ ତୁଲାଉଛନ୍ତି। ଏଥିରେ ପୂଜକ ଲମ୍ବୋଦର ପାଢ଼ୀ କହିଛନ୍ତି। ଏଥିରେ ରାଧାକୃଷ୍ଣ ପରିଚାଳନା କମିଟିର ନାଭି ଗହିର, ନାଭା ଗହିର, କେଦାର ରଣା, ତୁମ୍ଭେଶ୍ଵର ଗହିର, ନିଳମଣୀ ଗହିର, ଯୁଗେଶ୍ଵର ଗହିର, ପିତାମ୍ବର ଗହିର, କବିରାଜ ଗହିର, ଅର୍ଜୁନ ଗହିର, ନଲିନ ଗହିର,କାହ୍ନା ନାଗ, ଆଶିଷ ଗଉଡ଼, ଟଙ୍କଧର ମାଝୀ, ପ୍ରବୀଣ କୁମାର ରାଉତ, ପୂର୍ଣ୍ଣଚନ୍ଦ୍ର ଗଉଡ଼, ଡିନେଶ କୁମାର ସ୍ବାଇଁ, ବିପୁଳ ରାଉତ, ଦେବରାଜ ଗଉଡ଼, ପ୍ରତାପ ଗହିରଙ୍କ ସମେତ ସମସ୍ତ ଗ୍ରାମବାସୀ ସହଯୋଗ କରୁଛନ୍ତି।




