ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ଓଡ଼ିଆ ବାର୍ତ୍ତା/ କଲ୍ୟାଣସିଂହପୁର (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଜିଲ୍ଲା ଓ ବ୍ଲକ ପ୍ରଶାସନଙ୍କ ମିଳିତରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇଛି । ଏହି ଶିବିରରେ ଅନଲାଇନ ଓ ଅଫଳାଇନ ମାଧ୍ୟମରେ ୬୩ ଜଣ ଭିନ୍ନକ୍ଷମ ନାମ ପଞ୍ଜିକରଣ କରିଥିଲେ । ସେଥିମଧ୍ୟରୁ ୩୩ ଜଣ ଉପସ୍ଥିତ ରହି ୫ଜଣ ଅନ୍ଧତ୍ୱ ରୋଗ ପାଇଁ, ୫ଜଣ ସିକେଲସେଲ, ୫ଜଣ ମସ୍ତିଷ୍କ ପାଇଁ, ୭ଜଣ ଶ୍ରବଣ ରୋଗ ଓ ୧୧ ଜଣ ଶାରୀରିକ ଅକ୍ଷମତା ଥିଲେ । ଏଥିରେ ୧୧ଜଣଙ୍କ ଆଧାର ସଂସୋଧନ, ୫ଜଣ ଙ୍କର ବାଣିଶ୍ରୀ ପାଇଁ ଆବେଦନ ସହ ଜଣେ ରୋଗୀଙ୍କୁ ହୁଇଲ ଚେୟାର ପ୍ରଦାନ କରାଯାଇଛି । ଜିଲ୍ଲା ପ୍ରଶାସନଙ୍କ ସହଯୋଗରେ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ବିଭାଗ ଯଥା ବାକ ଶକ୍ତି ଡାକ୍ତର ସୁପ୍ରଭା ପଣ୍ଡା, ବୌଧିକ ଅକ୍ଷମତା ଡାକ୍ତର ରାକେଶ ରଞ୍ଜନ ପାଢ଼ୀ, ଦୃଷ୍ଟି ଶକ୍ତି ବାଧିତ ଡାକ୍ତର ସୋନାଲି ମାର୍ଗରେଟ ରୟ, ଶ୍ରବଣ ଶକ୍ତି ଡାକ୍ତର ସଂଘମିତ୍ରା ପାତ୍ର, ଅସ୍ଥିଶଲ୍ୟ ଡାକ୍ତର ଏଲକେ ସ୍ୱାମୀ, ଡାକ୍ତର ଜଗନ୍ନାଥ ନାୟକ ପ୍ରମୁଖ ଉପସ୍ଥିତ ରହି ପରିକ୍ଷା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.