ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଅରଖପୁର ଗୁଳିକାଣ୍ଡ ଘଟଣା ଉପରେ ଲୋକମାନେ ଯେଉଁ ଭୟଭୀତ ହୋଇଥିଲେ ଓ ପୋଲିସ ପାଇଁ ଯେଉଁ ମୁଣ୍ଡ ବଥାର କାରଣ ହୋଇଥିଲା ତାହାର ଆଜି ଫର୍ଦା ଫାସ ହୋଇଛି | ନୁଆଁ କରି ଦାଇତ୍ୱ ନେଇଥିବା ଆଇଆଇସି କୁଳମଣୀ ସେଠୀ ଓ ଏସଡ଼ି ପିଓ ସୁଜିତ କୁମାର ନାୟକ ଏବଂ ଷ୍ଟାଫ ଙ୍କ ସହଯୋଗ ଏବଂ ସର୍ବୋପରି ଗଞ୍ଜାମ ଏସପି ଶୁଭେନ୍ଦୁ ପାତ୍ର ଙ୍କ ନିର୍ଦେଶ ରେ ଆରମ୍ଭ ହୋଇଥିଲା ମିଶନ ଅରଖପୁର | ଆହାତ ସାଗର ବେହେରା ଙ୍କ ବୟାନ କୁ ଅନୁସନ୍ଧାନ କରି ତାହା ସମ୍ପୂର୍ଣ ମିଛ ଥିବାର ଜାଣି ପୋଲିସ ଅଧିକାରୀ ମାନେ ତାଙ୍କର ଜାଲ ବିଛାଇ ଥିଲେ | ଏବଂ ଶେଷରେ ତାଙ୍କ ଜାଲରେ ସବୁ ମାଛ ପଡିଲା ପରି ଅପରାଧୀ ମାନେ ପଡିଗଲେ | ଘଟଣା ଟି ଏପରି ବ୍ରହ୍ମପୁର ର ଏକ ସ୍ଥାନରେ ଯାହା ତଦନ୍ତ ଚାଲିଥିବାରୁ ପୋଲିସ ତାହାକୁ ପରିପ୍ରକାଶ କରିପାରୁନାହିଁ, ସେହି ସେହି ସ୍ଥାନରେ ସାଗର ନିଜ ପିସ୍ତଲକୁ ଚେକ କରୁଥିଲା ବେଳେ ଗୋଟିଏ ଗୁଳି ତାର ଗୋଡ଼ରେ ବାଜି ଯାଇଥିଲା ତାଙ୍କର ବ୍ରହ୍ମପୁର ବସ ଙ୍କ ନିର୍ଦ୍ଧେଶରେ ସେମାନେ ପୁରୁଷୋତ୍ତମପୁର ନିଜ ଏରିଆ କୁ ବାଛି ଏକ ନାଟକ ରଚନା କରି ଅଭିନୟ କରିଥିଲେ | ପୋଲିସ ସାଗର ଠାରୁ ସନ୍ତୋଷ ଜନକ ଉତ୍ତର ନପାଇ ତାଜୁ ଯେଉଁମାନେ ସହଯୋଗ କରିଥିଲେ ସେମାନଙ୍କୁ ପଚରା ଉଚରା ପରେ ରାହୁଲ ପ୍ରଧାନ ଓ ଅନ୍ୟଜଣେ ନାବାଳକ ସବୁ ସତ ମାନି ଯାଇଥିଲେ | ଏମାନେ ଜିଲ୍ଳାର ବହୁ ସ୍ଥାନରେ ଅପରାଧିକ କେଶ ରହିଛି ଓ ପ୍ରାୟ ଏହି ଗେଂଗର ସାତଜଣ ଅପରାଧୀ ଅଛନ୍ତି | ମୁଖ୍ୟ ଷଡ଼ଯନ୍ତ୍ର କାରୀ ସାଗର ବେହେରା ଠାରୁ ଆରମ୍ଭ କରି ସମସ୍ତଙ୍କୁ ଗିରଫ କରାଯିବ | ଏବେ ଜଣଙ୍କୁ ଜୁଭେନାଇଲ କୁ ଓ ରାହୁଲ କୁ କୋର୍ଟ ଚାଲାଣ କରାଯିବ | ଅନ୍ୟ ମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଏସଡ଼ି ପିଓ ସୁଜିତ ନାୟକ ଓ ଥାନା ଅଧିକାରୀ କୁଲମଣୀ ସେଠୀ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି | ସେମାନେ ଆହୁରି ମଧ୍ୟ କହିଛନ୍ତି କି ଏହି ଅପରାଧୀ ମାନେ ଏହି ଅଞ୍ଚଳରେ ଏକ ଅପରାଧ କରିବା ପାଇଁ ମଧ୍ୟ ଯୋଜନା କରୁଥିଲେ | ଶେଷରେ ସବୁ ନାଟକ ର ଅନ୍ତ ହେଲା ଓ ଅପରାଧୀ ମାନଙ୍କ ସବୁ ଅଙ୍କ ଭୁଲ ହୋଇଗଲା | ପାପ ଯେତେ ଗଭୀର ରେ ରହିଲେ ବି ଦିନେନା ଦିନେ ସେ ପଦାକୁ ଫୁଟି ବାହାରିବ | ଏବଂ ଅପରାଧୀ ଯେତେ ଚାଳକ ହେଲେ ମଧ୍ୟ ପୋଲିସ ଆଗରେ ସେ ନିଶ୍ଚିତ ଧରା ପଡିବ | ତାହା ଆଜି ସତ ହୋଇଛି ଅଞ୍ଚଳରେ ପୋଲିସ ର ଏହି କାର୍ଯ୍ୟକୁ ଅଞ୍ଚଳ ବାସି ଭୁୟସୀ ପ୍ରଶଂସା କରିଛନ୍ତି |




