ପଦ୍ମଶ୍ରୀ ସାବରମତୀଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରଶଂଶା

ଓଡ଼ିଆ ବାର୍ତ୍ତା/ ବୁଗୁଡ଼ା (ଡ. କୁମୁଦ ଚନ୍ଦ୍ର ବେହେରା): ଜୈବିକ କୃଷିର ପ୍ରଚାର ପ୍ରସାର ସହିତ କୃଷକମାନଙ୍କୁ ଏଥିପ୍ରତି ଆକୃଷ୍ଟ କରିବା ଏବଂ ପରିବେଶ ଉପଯୋଗୀ କୃଷି ପ୍ରଣାଳୀକୁ ଆଗକୁ ନେବାରେ ପଦ୍ମଶ୍ରୀ ସାବରମତୀଙ୍କ ଅନେକ ଅବଦାନ ରହିଥିବା ରାଷ୍ଟ୍ରପତି ନିଜ ଭାଷଣରେ କହିଛନ୍ତି । ‘କୃଷି ଓ ଖାଦ୍ୟ ପ୍ରଣାଳୀରେ ମହିଳା’ ଏହି ଶୀର୍ଷକରେ ଦିଲ୍ଲୀରେ ଆୟୋଜିତ ହୋଇଥିଲା ବିଶ୍ଵ ସମ୍ମିଳନୀ । ସମ୍ମିଳନୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମହିଳା ଚାଷୀଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । ଏହି ଅବସରରେ ପଦ୍ମଶ୍ରୀ ସାବରମତୀଙ୍କ ବିଷୟରେ ଚର୍ଚ୍ଚା କରିବା ସହ ଜୈବିକ ଚାଷରେ ତାଙ୍କ ଅବଦାନକୁ ପ୍ରଶଂସା କରିଛନ୍ତି । ​ଜୈବିକ କୃଷିର ପ୍ରଚାର ପ୍ରସାର ସହିତ କୃଷକମାନଙ୍କୁ ଏଥିପ୍ରତି ଆକୃଷ୍ଟ କରିବା ଏବଂ ପରିବେଶ ଉପଯୋଗୀ କୃଷି ପ୍ରଣାଳୀକୁ ଆଗକୁ ନେବାରେ ସାବରମତୀଙ୍କ ଅନେକ ଅବଦାନ ରହିଥିବା ରାଷ୍ଟ୍ରପତି ନିଜ ଭାଷଣରେ କହିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.