ଧରପଗଡ଼ ଗାଁରେ ତିନି ଦେବୀଙ୍କ ବିଗ୍ରହ ପ୍ରତିଷ୍ଠା ପାଇଁ ପ୍ରସ୍ତୁତି 

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକର ଧରପଗଡ଼ ଗ୍ରାମରେ ସମଲେଶ୍ବରୀ ଦେବୀ, ଦ୍ବାରସେନୀ ଦେବୀ ଓ ପାଟଣେଶ୍ୱରୀ ଦେବୀଙ୍କ ବିଗ୍ରହ ପ୍ରତିଷ୍ଠା ଅବସରରେ ଏକ ବିଶାଳ ଧାର୍ମିକ କାର୍ୟକ୍ରମ ଆୟୋଜିତ ହେବାକୁ ଯାଉଛି। ବର୍ତ୍ତମାନ ମନ୍ଦିର ସଜାଣା କାମ ଶିଳ୍ପୀମାନଙ୍କ ନିପୁଣ ହାତରେ ଜୋରଦାର ଭାବରେ ଚାଲିଛି ଏବଂ ସମଗ୍ର ଅଞ୍ଚଳରେ ଭକ୍ତିମୟ ପରିବେଶ ଦେଖିବାକୁ ମିଳୁଛି। କମିଟି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୨୨-୦୩-୨୦୨୬ ତାରିଖରେ ଅଧିବାସ କାର୍ୟକ୍ରମ ଅନୁଷ୍ଠିତ ହେବ। ୨୩-୦୩-୨୦୨୬ ତାରିଖରେ ଅଙ୍କୁରାରୋପଣ ସହିତ ନାମଯଜ୍ଞର ଶୁଭାରମ୍ଭ ହେବ। ୨୪-୦୩-୨୦୨୬ ତାରିଖରେ ତିନୋଟି ମନ୍ଦିରର ପ୍ରତିଷ୍ଠା କାର୍ୟ ଅନୁଷ୍ଠିତ ହେବ ଓ ୨୫-୦୩-୨୦୨୬ ତାରିଖରେ ବିଗ୍ରହମାନଙ୍କ ପ୍ରାଣ ପ୍ରତିଷ୍ଠା ସହିତ ଦେବୀମାନଙ୍କ ମନ୍ଦିର ପ୍ରବେଶ କାର୍ୟ ସମ୍ପନ୍ନ ହେବ। ଏହି ପବିତ୍ର ଅବସରରେ ଗ୍ରାମର ବଜରଙ୍ଗ ଦଳର କର୍ମକର୍ତ୍ତାମାନେ, ସମସ୍ତ ଗ୍ରାମବାସୀ ଓ ଆଖପାଖ ଅଞ୍ଚଳର ଭକ୍ତମାନେ ସକ୍ରିୟ ଭାବେ ସହଯୋଗ କରୁଛନ୍ତି। କମିଟି ପକ୍ଷରୁ ସମସ୍ତ ଭକ୍ତବୃନ୍ଦଙ୍କୁ ଏହି ଧାର୍ମିକ କାର୍ୟକ୍ରମରେ ଯୋଗଦେଇ ଦେବୀମାନଙ୍କ ଅଶୀର୍ବାଦ ଲାଭ କରିବା ପାଇଁ ଅନୁରୋଧ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.