ବ୍ଳକସ୍ତରରେ 5-T ସୁପରିଚାଳନା ନିମନ୍ତେ ରାୟଗଡ ପଞ୍ଚାୟତ ସମିତିରେ ବୈଠକ

ରାୟଗଡ,୨୬/୮ : ଓଡିଶାର ମାନବ୍ୟର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ୫-ଟିର ବ୍ଳକସ୍ତରରେ ସୁପରିଚାଳନା ନିମନ୍ତେ ପଂଚାୟତ ସମିତି ସଦଭାବନା ସଭାଗୃହରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଳକ ଅଧ୍ୟକ୍ଷ ପେଦେଂଟି ରାମୁଲୁ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବିଡିଓ ରାଜେନ୍ଦ୍ର ମାଝି, ଏବିଡିଓ ନୃସିଂହଚରଣ ପଟ୍ଟନାୟକ, ଅତିରିକ୍ତ ତହସିଲଦାର ସୁନୀଲ ଖରା, ଡାକ୍ତର ସୁନୀଲ ପ୍ରସାଦ ମହାପାତ୍ର, ଏସିଏସଓ ବିଶ୍ୱନାଥ ସେନାପତି ଓ ସହାକାରୀ ଯନ୍ତ୍ରୀ ସନ୍ତୋଷ କୁମାର ପ୍ରଧାନ ପ୍ରମୁଖ ମଂଚାସୀନ ହୋଇଥିଲେ । ରାୟଗଡ ଥାନା ଅଧିକାରୀ ନିହାରରଂଜନ ପ୍ରଧାନ ସମତେ ନିର୍ବାହୀ ଅଧିକାରୀ, କୃଷି, ଶିକ୍ଷା, ପଶୁଧନ, ଆଇସିଡିଏସ, ସାମାଜିକ ସୁରକ୍ଷା, ମଙ୍ଗଳ ବିଭାଗ, ଜଙ୍ଗଲ ଉନ୍ନୟନ ଭଳି ବିଭିନ୍ନ ବିଭାଗୀୟ ଅଧିକାରୀ ଏଥିରେ ଯୋଗ ଦେଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ବ୍ଳକ ଅଧ୍ୟକ୍ଷ ଶ୍ରୀ ରାମୁଲୁ ସରକାରଙ୍କ ୫-ଟିକୁ ଗୁରୁତ୍ୱ ଦେଇ ଲୋକଙ୍କ ଅଭିଯୋଗ ଗୁଡିକର ସମାଧାନ ନିମନ୍ତେ ପଦକ୍ଷେପ ନେବାକୁ ପ୍ରବର୍ତାଇ ଥିଲେ । ବିଡିଓ ରାଜେନ୍ଦ୍ର ମାଝି ବୈଠକର ଆଭିମୁଖ୍ୟ ବର୍ଣ୍ଣନା କରିଥିଲେ । ବିଭିନ୍ନ ବିଭାଗୀୟ ଅଧିକାରୀ ନିଜ ବିଭାଗୀୟ ଯୋଜନା ବିଷୟରେ ଉପସ୍ଥାପନା କରିଥିଲେ । ପ୍ରତି ସୋମବାର ଗ୍ରାମ ପଂଚାୟତସ୍ତରରେ ବିଭିନ୍ନ ଯୋଜନା ଅଧୀକାରୀ ଲୋକଙ୍କ ଅଭିଯୋଗ ଶୁଣିବା ସହ ସେଗୁଡିକର ନିର୍ଦ୍ଧାରିତ ସମୟ ମଧ୍ୟରେ ସମାଧାନ କରିବା ନିମନ୍ତେ ପଦକ୍ଷେପ ନେବା ପାଇଁ ଅବଗତ କରାଯାଇଥିଲା । ପାୱାର ପଏଂଟ ମାଧ୍ୟମରେ ୫-ଟି’ର ବିଭିନ୍ନ ଦିଗ ଉପରେ ସମସ୍ତ ସଦସ୍ୟଙ୍କୁ ଅବଗତ କରାଯାଇଥିଲା । ଶେଷରେ ଗ୍ରାମ ପଂଚାୟତ ସଂପ୍ରସାରଣ ଅଧିକାରୀ ଗୋପାଳ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Udyog Nursery
Udyogi Nursery

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

Like us on Facebook 👇

http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.