ଓଡିଆ ବାର୍ତ୍ତା/ କଟକ: କିଶୋରନଗର ଅଞ୍ଚଳର ଅଗ୍ରିଣ ସାମାଜିକ ସେବା ସଂଗଠନ ବିପଦର ବନ୍ଧୁ ସେବା ସଂଗଠନ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି। ସଂଗଠନର ସଭାପତି ବରିଷ୍ଠ ସାମ୍ବାଦିକ ଭୈରବ ଚନ୍ଦ୍ର ସେଠୀ ଓ ସମ୍ପାଦକ ସମାଜସେବୀ ସୁଧାକର ଦାଶଙ୍କ ତତ୍ବାବଧାନରେ ଏହି ସେବା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ଥିଲା। ସମାଜସେବୀ ଭବାନୀ ଶଙ୍କର ରାୟ, ସଂଗଠକ ସିତାରାମ ପଣ୍ଡା, ସନ୍ଥ ସ୍ବାମୀ ଅଦ୍ଵୈତା ନନ୍ଦ, କ୍ଷିତିନ୍ଦ୍ର ମିତ୍ର, ଭବେସ ମଣ୍ଡଳ, ନିରଂଜନ ସାହୁ, ଦେବ ନାରାୟଣ ମହାନ୍ତି, ଦିଲୀପ ସାହୁ, ବିମଳ ସାହୁ, ଶରତ ମଣ୍ଡଳ ପ୍ରମୁଖ ସଦସ୍ୟ ବର୍ଗ ରାମଚନ୍ଦ୍ରପୁର ଗ୍ରାମର ମହେଶ କବିଙ୍କ ଘରେ ପହଞ୍ଚି ଶୁଖିଲା ଖାଦ୍ୟ, ନୂତନ ବସ୍ତ୍ର, ରାସନ ସାମଗ୍ରୀ ଓ ଆର୍ଥିକ ରାଶି ପ୍ରଦାନ କରିଥିଲେ। ସରକାରୀ ସହାୟତା ଯୋଗାଇ ଦେବାକୁ ସଦସ୍ୟ ମାନେ ଦାବି କରିଛନ୍ତି।





