୫ଟି ପଞ୍ଚାୟତବାସୀଙ୍କ ଲାଇଫ୍‌ଲାଇନ୍‌କୁ ଅଣଦେଖା

ଲାଞ୍ଜିଗଡ଼-ବେନଗାଁ ରାସ୍ତା ଶୋଚନୀୟ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ରୁ ବେନଗାଁକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ଲାଞ୍ଜିଗଡ଼ଠାରୁ ବାନିଗାଁ, ବିରସିଙ୍ଗେର, ଘୋଡାପୋଖେର, ପାଜିବାହାଲି ଦେଇ ବେନଗାଁକୁ ସଂଯୋଗ କରୁଥିବା ଏହି ୧୨ କିମି ବିଶିଷ୍ଟ ରାସ୍ତା ନିର୍ମାଣ ହେବା ପରଠାରୁ ଆଜି ପର୍ଯ୍ୟନ୍ତ ଏହାର ରକ୍ଷଣାବେକ୍ଷଣ ଓ ମରାମତି ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ସତେ ଯେମିତି ଭୁଲିଯାଇଛି। ଲାଞ୍ଜିଗଡ଼ ତଥା ଶିଳ୍ପାଞ୍ଚଳରୁ ଘାଟି ଅଞ୍ଚଳକୁ ସିଧାସଳଖ ଯୋଡୁଥିବା ଏହି ରାସ୍ତାର ଦୁରାବସ୍ତା ଯୋଗୁଁ ଲୋକେ ଯାତାୟାତ କରିବା କଷ୍ଟକର ହୋଇପଡ଼ିଛି। ଏପରିକି ଏହି ରାସ୍ତା ଆମ୍ବୁଳାକ୍ସ ଯିବାଆସିବାରେ ଅସୁବିଧା ହେଉଛି। ଲାଞ୍ଜିଗଡ଼ ବ୍ଳକ୍ ଘାଟି ଅଞ୍ଚଳରେ ଥିବା ବେନଗାଁ, ଲାଖବାହାଲି, ବିଜେପୁର, ପାହାଡ଼ପଦର,ମାଳିଯୁବାଙ୍ଗ ଆଦି ପଞ୍ଚାୟତର ୨୦ ହଜାରରୁ ଅଧିକ ଜନସାଧାରଣ ଏହି ରାସ୍ତା ଉପରେ ନିର୍ଭର କରନ୍ତି। ଲାଞ୍ଜିଗଡ଼ ଶିଳ୍ପାଞ୍ଚଳ ସମେତ ହାଟ ବଜାଇ ଓ ଡାକ୍ତରଖାନା ପାଇଁ ଲୋକେ ଏହି ରାସ୍ତା ଉପରେ ନିର୍ଭରଶୀଳ ଥିବା ବେଳେ ରାସ୍ତା କିନ୍ତୁ ଲୋକଙ୍କୁ ଗମନାଗମନରେ ସୁବିଧା କରିବା ପରିବର୍ତ୍ତେ ବାଧା ସାଜି ଉଭା ହୋଇଛି। ଏହି ରାସ୍ତାର ନିର୍ମାଣ କାର୍ଯ୍ୟ ସ୍ବତନ୍ତ୍ର ଶ୍ରେଣୀ ଠିକାଦାର କରି ଥିବା ବେଳେ ତାଙ୍କର ରକ୍ଷଣାବେକ୍ଷଣ ଅବଧି ସରିନାହିଁ। କିନ୍ତୁ ନିମ୍ନମାନର ରାସ୍ତା କାମ ଯୋଗୁଁ ରାସ୍ତା ଅଧା ଦିନରେ ଉଜୁଡ଼ି ଯାଇଥିବା ବେଳେ ଏହାର ମରାମତି ଓ ରକ୍ଷଣାବେକ୍ଷଣକୁ ସେ ନଜର ଅନ୍ଦାଜ କରି ଚାଲିଛନ୍ତି। ଏ ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗର କଳିଷ୍ଠ ଯନ୍ତ୍ରୀ ଅସିତ ଖଟୁଆଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସମ୍ଭବ ହୋଇନଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.