ଭଟାଙ୍ଗ ଶାନ୍ତିନଗର ପଡାରେ ୧୬ ପ୍ରହର ନାମଯଜ୍ଞ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ସର୍ଗିଗୁଡା ଗ୍ରାମ ପଞ୍ଚାୟତର ଶାନ୍ତିନଗର ପଡାରେ ଚାଲିଛି ୧୬ ପ୍ରହର ନାମଯଜ୍ଞ। ଏନେଇ ଶୁକ୍ରବାର ଶିବ ମନ୍ଦିର ନିକଟସ୍ଥ ପୁଷ୍କରିଣୀରୁ ଅପରାହ୍ନ ୪ ଘଣ୍ଟା ସମୟରେ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଗ୍ରାମ ମଧ୍ୟସ୍ଥ ଯଜ୍ଞ ମଣ୍ଡପରେ କଳସ ସ୍ଥାପନା ପରେ ଅଧିବାସ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଶନିବାର ସକାଳ ୭.୨୦ ସମୟରେ ଗ୍ରାମର ସଂକୀର୍ତ୍ତନ ମଣ୍ଡଳୀ ମହାମନ୍ତ୍ର ଅଖଣ୍ଡ ନାମ ଆରମ୍ଭ କରିଥିଲେ। ଏହି ୧୬ ପ୍ରହର ନାମଯଜ୍ଞ ପାଇଁ ଆୟୋଜକ ଶାନ୍ତିନଗର ପଡା ଝିଅ ଦଳଙ୍କ ସମେତ ଅମଲିପଦର, ପାଟଣାଗଡ, ଜାମଯୋର, ରଣ୍ଡାଗାଁ, ହଟକଟ, ରତନପୁର ଓ ଲିଟିଗୁଡା ଏଭଳି ୮ ଗୋଟି ସଂକିର୍ତ୍ତନ ମଣ୍ଡଳୀଙ୍କୁ ନିମନ୍ତ୍ରଣ କରାଯାଇଥିବା ସୂଚନା ମିଳିଛି।ରବିବାର ଅଖଣ୍ଡ ନାମ ଚାଲିବା ପରେ ସୋମବାର ସକାଳ ୭.୨୦ ରେ ନାମ ଛାଡିବା ସହ ପୂର୍ଣ୍ଣାହୂତି ପଡିବ। ନଗର ସଂକୀର୍ତ୍ତନ ଓ ଦଧିହାଣ୍ଡି ଭଞ୍ଜନ କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି। ଏହି ୧୬ ପ୍ରହର ନାମଯଜ୍ଞ ପରିଚାଳନା କମିଟିର ସଭାପତି ଶଶିଦେବ ବୁଦ୍ଧିଆଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ନାମଯଜ୍ଞ ଚାଲୁଥିବା ବେଳେ କମିଟିର ସମ୍ପାଦକ ଭାବରେ ସୁରେଶ ପାଢୀ, ବରିଷ୍ଠ ସଦସ୍ୟ ବିଶ୍ୱମ୍ବର ଭୋଇ, ଧନେଶ୍ୱର ଭୋଇ, ଉଗ୍ରେସେନ ପୁଟେଲ, ମୋତିଲାଲ ବୁଦ୍ଧିଆ ପ୍ରମୁଖ ବିଭିନ୍ନ ଦାଇତ୍ୱରେ ରହି ନାମଯଜ୍ଞ ପରିଚାଳନା କରୁଛନ୍ତି। ଅଜିତ, ମଣ୍ଟୁ, ଦେବାଶିଷ, ଲିପୁନ, ଦେବ, ସମିର ପ୍ରମୁଖ ଯୁବକଙ୍କ ସମେତ ଗ୍ରାମର ଜନସାଧାରଣ ଓ ମହିଳା ମାନେ ନାମଯଜ୍ଞ ପରିଚାଳନାରେ ସହଯୋଗ କରୁଥିବା ଜଣାପଡିଛି। ଗ୍ରାମର ବରିଷ୍ଠ ନାଗରିକ ରାହାସ ବୁଦ୍ଧିଆ ଓ ତରଙ୍ଗିନି ବୁଦ୍ଧିଆ ଦମ୍ପତି ଯଜ୍ଞ କର୍ତ୍ତା ଭାବରେ ଦାଇତ୍ୱ ନିର୍ବାହନ କରୁଥିବା ବେଳେ ମୁଖ୍ୟ ପୂଜକ ଭାବରେ ପଣ୍ଡିତ କୃଷ୍ଣଚନ୍ଦ୍ର ପାଢୀ ପୂଜନ କାର୍ଯ୍ୟ ପରିଚାଳନା କରୁଛନ୍ତି। ମଣ୍ଟୁ ତ୍ରୀପାଠୀ ଜପକ, ନିରଞ୍ଜନ ମିଶ୍ର ସହଯୋଗୀ ଓ ହାତୀ ତ୍ରୀପାଠୀ ପାଚକ ଭାବରେ ଦାଇତ୍ୱ ନିର୍ବାହନ କରୁଛନ୍ତି। ଏଇଠି ନାମଯଜ୍ଞ ସାଙ୍ଗକୁ ଅନ୍ନଯଜ୍ଞ ମଧ୍ୟ ଅନୁଷ୍ଠିତ ହୋଇଛି। ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତ ଅନ୍ନଛତ୍ରରେ ପ୍ରସାଦ ସେବନ କରୁଥିବା ଦେଖିବାକୁ ମିଳୁଛି

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.