ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ପଲସାପଡା ଗାଁର ନୀଳଚକ୍ର ସାଂସ୍କୃତିକ ଅନୁଷ୍ଠାନ ଆନୁକୁଲ୍ୟରେ ଶନିବାର ଠାରୁ ଚାଲିଛି ଷୋହଳ ପ୍ରହର ଅଖଣ୍ଡ ନାମଯଜ୍ଞ। ଏହା ସୋମବାର ଦିନ ସମାପନ ହେବ। ତେବେ ଶୁକ୍ରବାର ସନ୍ଧ୍ୟାରେ ଆୟୋଜିତ କଳସ ଯାତ୍ରାର ମୁଖ୍ୟ ଆକର୍ଷଣ ଥିଲା ଗଞ୍ଜାମର ଘୋଡା ନାଚ, ବରଗଡ଼ର ଦୁଲଦୁଲି ଓ ପୁରୀର ଘଣ୍ଟ ଦଳ। ବଂଶିଧର ନାଏକ ଓ ତାଙ୍କ ଧର୍ମପତ୍ନୀ ଶଶୀମୁଖି ନାଏକ ଏହି ନାମଯଜ୍ଞର କର୍ତ୍ତା ରହିଥିବାବେଳେ ପୂଜକ ଧିରେନ୍ଦ୍ର ରଥ ଓ ତାଙ୍କ ସହଯୋଗୀ ପୂଜା କାର୍ଯ୍ୟ ସଂପାଦନ କରୁଛନ୍ତି। ଶନିବାର ଓ ରବିବାର ଦିବାରାତ୍ରି ଅଖଣ୍ଡ ନାମଯଜ୍ଞ ଚାଲିବ ଏବଂ ସୋମବାର ସକାଳ ୮ଘଣ୍ଟା ସମୟରେ ପୂର୍ଣ୍ଣାହୁତି ସହ ସମାପନ ହେବବୋଲି ସୂଚନା ରହିଛି। ଏହି କାର୍ଯ୍ୟକ୍ରମରେ ସମସ୍ତେ ସାମିଲ ହୋଇ ବିଭୁ କୃପା ଲାଭ କରିବାକୁ ପଲସାପଡା ଗ୍ରାମବାସୀ ଓ ନୀଳଚକ୍ର ସାଂସ୍କୃତିକ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଏବଂ ସଦସ୍ୟବୃନ୍ଦ ନିବେଦନ କରିଛନ୍ତି।





