ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ ଝିଙ୍କିଡୁଙ୍ଗୁରି ପଞ୍ଚାୟତ ଝରବାହାଲି ଗାଁରେ ମହାଶକ୍ତି ଫାଉଣ୍ଡେସନ ଆନୁକୂଲ୍ୟରେ ବିଶ୍ୱ ଜଳ ଦିବସ ପାଳିତ ହୋଇଯାଇଛି | ସିଆରପି ପଦ୍ମିନୀ ଚନ୍ଦନଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ଏଫଇଏସ ମାଷ୍ଟର ଟ୍ରେନର ସୌଦାମିନୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶ୍ୱ ଜଳ ଦିବସର ତାତ୍ପର୍ଯ୍ୟ, ଜନସାଧାରଣଙ୍କ କର୍ତ୍ତବ୍ୟ ବିଷୟରେ ବୁଝାଇଥିଲେ | ଶେଷରେ ଯୁବରାଜ ବଗର୍ତ୍ତୀ ଯୁବରାଜ ବଗର୍ତ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ | ଏହି ଅବସରରେ ସିଆରପି ଜ୍ୟୋତ୍ସ୍ନାମୟୀ ନାଏକ, ଇସି ମେମ୍ବର ଲଳିତା ସେଠୀଙ୍କ ତତ୍ତ୍ୱାବଧାନରେ ଗାଁର ଚଞ୍ଚଳା, ଅନ୍ନପୂର୍ଣ୍ଣା, ଜୟ ଶ୍ରୀରାମ, ଜୟ ଜଗନ୍ନାଥ, ମା’ ଶାରଳା ଓ ମା’ ସରସ୍ବତୀ ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାବୃନ୍ଦ ଗାଁ ପୋଖରୀ ଓ ନଳକୂପ ସଫେଇ କରିଥିଲେ | ଦୋଳଗୋବିନ୍ଦ ବଗର୍ତ୍ତୀ, ଅରୁଣ ରଣା, ଯତୀନ୍ଦ୍ର ବଗର୍ତ୍ତୀ, ରୋହିତ ବଗର୍ତ୍ତୀ, ପଞ୍ଚାନନ ବାଗ, ଫଗୁନ ମାଝୀ, ଚକାନୟନ ବଗର୍ତ୍ତୀ, ଦିବାନନ୍ଦ ବାଗ, ପିଣ୍ଟୁ ବଗର୍ତ୍ତୀ ପ୍ରମୁଖଙ୍କ ସମେତ ଗ୍ରାମବାସୀ ସହଯୋଗ କରିଥିଲେ |





