ଭଗବତୀ ସ୍କନ୍ଦମାତା 

ଚୈତ୍ର ଶୁକ୍ଳ ଏବଂ ଆଶ୍ୱିନ ଶୁକ୍ଳ ପ୍ରତିପଦଠାରୁ ନବମୀ ପର୍ଯ୍ୟନ୍ତ ନଗଗୌରୀ ବା ନବଦୁର୍ଗା ଯଥା; ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଦମାତା, କାତ୍ୟୟନୀ, କାଳରାତ୍ରୀ, ମହାଗୌରୀଙ୍କ ପୂଜା ଅନୁଷ୍ଠିତ ହୁଏ । ନବରାତ୍ର ପୂଜାର ପଞ୍ଚମ ଦିବସରେ ବିଭିନ୍ନ ଶକ୍ତିପୀଠରେ ବୈଦିକ ବିଧିରେ ଉପାସିତ ହୁଅନ୍ତି ଦେବୀ ସ୍କନ୍ଦମାତା । ଦେବୀ ଦେବ ସେନାପତି କାର୍ତ୍ତିକେୟଙ୍କ ମାତା ହେବାରୁ ତାଙ୍କୁ ସ୍କନ୍ଦମାତା ବୋଲି କୁହାଯାଏ । ଦେବୀ ସ୍କନ୍ଦମାତା ଚତୁର୍ଭୂଜା ଓ ସିଂହ ଉପରେ ବିରାଜମାନ । ତାଙ୍କର ତିନୋଟି ନୟନ । ସେ ଚତୁର୍ଭୁଜା । ଉପର ଦୁଇ ହସ୍ତରେ ପଦ୍ମ, ତଳ ବାମ ହସ୍ତରେ ଶିଶୁ ସ୍କନ୍ଦ (କାର୍ତ୍ତିକେୟ)ଙ୍କୁ ଧରିଥାନ୍ତି । ଦକ୍ଷଣ ହସ୍ତଟି ଅଭୟ ମୁଦ୍ରାରେ ଥାଏ । ନବରାତ୍ରିରେ ସ୍କନ୍ଦମାତାଙ୍କୁ ପୂଜା କଲେ ଆତ୍ମବିଶ୍ୱାସ ବୃଦ୍ଧି ହୋଇଥାଏ । ମା’ଙ୍କ ପୂଜା ଦ୍ୱାରା ଜ୍ଞାତ ଓ ଅଜ୍ଞାତ ଶତ୍ରୁ ଭୟ ଦୂର ହୋଇଥାଏ । ଏହାସହ ଜୀବନରେ ଆସୁଥିବା ସଙ୍କଟ ମଧ୍ୟ ଦେବୀ ଦୂର କରିଥାନ୍ତି । ମା’ ସ୍କନ୍ଦମାତାଙ୍କୁ ପୂଜା କଲେ ଜ୍ଞାନ ବୃଦ୍ଧି ଘଟିଥାଏ । ଦେବୀ ସ୍କନ୍ଦମାତଙ୍କ ପୂଜାକଲେ ପରିବାରରେ ଅଶାନ୍ତି, କଳହ ଦୂର ହୋଇ ସମସ୍ତ ସଦସ୍ୟଙ୍କ ମଧ୍ୟରେ ସ୍ନେହ ସୌହାର୍ଦ୍ଦ ବଢିବା ସହ ସୁଖଶାନ୍ତି ଓ ଐଶ୍ୱର୍ଯ୍ୟ ବୃଦ୍ଧି ହୋଇଥାଏ । 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.