ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡ଼ାରୁ କୋରାପୁଟକୁ ଯାଇଥିବା ୩୨୬ ନମ୍ବର ରାଜ୍ୟ ରାଜପଥର ଶିରିକଣା ଛକରେ ଏକ ଟେଙ୍କର (ଏ ପି ୩୯ ଟି କେ ୪୫୧୯) ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି | ଫଳରେ ରାସ୍ତା କଡ଼ରେ ଠିଆ ହୋଇଥିବା ଓ ଡ଼ି ୧୬ଜି ୨୫୬୭ ବୋଲେରୋ ପିକ୍ ଅପ୍ ଉପରେ ଚଡ଼ି ଯାଇ ପାର୍ଶ୍ୱରେ ଥିବା ଦୁଇଟି ବଡ଼ ବଡ଼ ଗଛରେ ପିଟି ହେବାରୁ ହୋଇଥିଲା | ଘଟଣାରେ ପିକ୍ ଅପ୍ ଗାଡ଼ି ଚୁର ମାର ହେବା ପରେ ଉପରେ ଯାଇଥିବା ଏଲ ଟି ତାର ଛିଣ୍ଡି ପଡିଥିଲା | ଯାହାଫଳରେ ପିକ୍ ଅପ୍ ଡ୍ରାଇଭର ଅଳ୍ପକେ ବର୍ତ୍ତିଯାଇଥିଲେ । ଏଥିରେ କାହାର କିଛି କ୍ଷତି ହୋଇନଥିବା ବେଳେ ଟେଙ୍କର ଡ୍ରାଇଭର ରାୟଗଡ଼ା ଥାନାରେ ଅଟକ ଥିବା ଜଣାପଡିଛି |





