ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଗ୍ରାମାଞ୍ଚଳର ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ବିଶ୍ଵନାଥପୁର କୁଆଙ୍ଗବସା ଠାରେ ବିଭିନ୍ନ ସମୟରେ ବିଭିନ୍ନ ଧନ୍ଦାମୂଳକ ଶିକ୍ଷା ଭିଆରଓ ପକ୍ଷରୁ ପ୍ରଦାନ କରାଯାଉଛି। ପ୍ରତିଷ୍ଠା ଲାଭ କରିବା ଗ୍ରାମ୍ୟ ପୁନଃ ନିର୍ମାଣ ସଂସ୍ଥା ନିକଟସ୍ଥ ଗ୍ରାମ ଗୁଡ଼ିକରେ ପ୍ରଶିକ୍ଷଣ କେନ୍ଦ୍ର ଖୋଲି ମହିଳା ଓ ଯୁବତୀଙ୍କୁ ସିଲାଇ, ଫିନାଇଲ ପ୍ରସ୍ତୁତି ସହ ବିଭନ୍ନ ପ୍ରକାର ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରିଆସୁଛି ଭିଆରଓ। ସେହିପରି ଚଳିତ ବର୍ଷ ବିଶ୍ଵନାଥପୁର କୁଆଙ୍ଗବସା ଠାରେ ପାର୍ବତୀ ମହାରଣାଙ୍କ ନେତୃତ୍ୱରେ ପ୍ରତାପପୁର ଠାରେ ରୀତା ଦଣ୍ଡସେନା, ମେଲଘୁଟୁରେ ଗାୟତ୍ରୀ କରୁଆଁ,ଦୁର୍ଭଟା ନମିତା ତାଣ୍ଡି, ସାଙ୍କୁଲି ପଦରରରେ କରିନା ଗଣ୍ଡା, କାଠସମାରେ ଦମୟନ୍ତୀ ମାଝୀ, ଡୁମେରମୁଣ୍ଡାରେ ପଦ୍ମିନୀ ବେହେରା, ଇଜୁରୁପାରେ ମାନିନୀ ବେହେରା, ଭିର୍କାପଡ଼ାରେ ମିନର୍ଭା ସାହୁଙ୍କ ଅଧିନରେ ଦଶ ଜଣ ଛାତ୍ରୀ ପ୍ରଶିକ୍ଷଣ ନେଇଥିଲେ। ଏନେଇ ସୋମବାର ଉକ୍ତ ବିଶ୍ଵନାଥପୁର କୁଆଙ୍ଗବସା ଠାରେ ସଂଯୋଜିକା ପାର୍ବତୀ ମହାରଣାଙ୍କ ସଭାପତିତ୍ୱରେ ଏକ ବାର୍ଷିକ ପ୍ରମାଣ ପତ୍ର ବଣ୍ଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥିଭାବେ ସଂସ୍ଥାର ଆଞ୍ଚଳିକ ମହାପ୍ରବନ୍ଧକ ଫାଦର ଜର୍ଜ ଆନ୍ଟୋନୀ, କମଳାକାନ୍ତ ରାଜ୍, ଫାଦର ମାରିଆନୟଗମ୍, ମିଷ୍ଟର ଫିଟର ବସ୍କୋ ସମେତ ମିସ୍ ନିର୍ମଳା ଯୋଗଦେଇ ସମସ୍ତ ସଫଳ ପ୍ରଶିକ୍ଷାର୍ଥୀଙ୍କୁ ପ୍ରମାଣପତ୍ର ବଣ୍ଟନ କରିଥିଲେ। ଶେଷରେ ସଂଯୋଜିକା ପାର୍ବତୀ ମହାରଣା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।





