ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): କୋଲନରା ବ୍ଲକ ଅନ୍ତର୍ଗତ ୩୨୬ ନମ୍ବର ଜାତୀୟ ରାଜପଥର ହାତୀଖମ୍ବା ଗାଁ ନିକଟ ନୂଆ ସାହି ନିକଟରେ ଏକ ଦୁର୍ଘଟଣା ଘଟି ଯାଇଛି। ଗାଡିରେ ଥିବା ତିନି ଜଣଙ୍କ ମଧ୍ୟରୁ ଦୁଇ ସାମାନ୍ୟ ଆହତ ହୋଇଥିବା ବେଳେ ଅନ୍ୟ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଓ ମୁକୁନ୍ଦପୁର ଫାଣ୍ଡି ପୁଲିସଙ୍କ ସହାୟତାରେ ସେମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣାପଡିଛି। ସୂଚନା ମୁତାବକ, ଗୁଣୁପୁର ଠାରୁ ରାୟଗଡ଼ା ଅଭିମୁଖେ (ଓଡ଼ି ୧୮ କେ ୯୪୭୮) ନମ୍ବର ବିଶିଷ୍ଟ ହ୍ୟୁଣ୍ଡାଇ କାର ଯୋଗେ ତିନି ଜଣ ରାୟଗଡ଼ା ଅଭିମୁଖେ ଯାଉଥିବା ବେଳେ ୩୨୬ ନମ୍ବର ଜାତୀୟ ରାଜପଥର ହାତୀଖମ୍ବା ଗାଁ ନିକଟ ନୂଆ ସାହି ନିକଟରେ ହଠାତ୍ ଏକ କୁକୁର ଗାଡି ସାମ୍ନାକୁ ଚାଲି ଆସିଥିଲା ଫଳରେ କାରଟି ଭାରସାମ୍ୟ ହରାଇ ୩ ପାଲଟି ମାରି ରାସ୍ତା କଡକୁ ଓଲଟି ପଡ଼ିଥିଲା। ଗାଡିରେ ଥିବା ତିନି ଜଣଙ୍କ ମଧ୍ୟରୁ ଦୁଇ ଜଣ ସାମାନ୍ୟ ଆହତ ହୋଇଥିବା ବେଳେ ମହିଳା ଜଣକ ଗୁରୁତର ଆହତ ହୋଇଥିଲେ। ତେବେ କେଉଁ କାରଣରୁ ଦୁର୍ଘଟଣା ଘଟିଲା ଫାଣ୍ଡି ଅଧିକାରୀ ଶ୍ରୀ ତ୍ରୀପାଠୀ ତଦନ୍ତ ଆରମ୍ଭ କରିଛନ୍ତି।





