କଲ୍ୟାଣସିଂହପୁରରେ ଚୈତ୍ର ଘଟ ଯାତ୍ରା ଆରମ୍ଭ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ସଦର ରେ ଚୈତ୍ରଘଟ ଯାତ୍ରା ଆରମ୍ଭ ହୋଇଯାଇଛି | ଏହାକୁ ସଦର ପଞ୍ଚାୟତ ସରପଞ୍ଚ ଗୌତମ ବାର୍ଲି ଙ୍କ ତତ୍ୱାବଧାନ ରେ ସାନ ପୂଜାରୀ, ସୂର୍ଯ୍ୟ ପୂଜାରୀ, ପୂର୍ଣ୍ଣ ପୁଜାରୀ ଅଞ୍ଚଳ ର ସମସ୍ତ ଭକ୍ତ ତଥା ଶ୍ରଦ୍ଧାଳୁ ଓ ଚୈତ୍ର ଘଟ ପ୍ରେମୀ ଙ୍କୁ ନେଇ ସୋମବାର ସଂଧ୍ୟା ସାତ ଘଣ୍ଟା ସମୟରେ ସ୍ଥାନୀୟ ବାଜା ବାଜଣା ରେ ଚୈତ୍ର ଘଟ ପର୍ବ ପାଳନ ନିମନ୍ତେ ସ୍ଥାନୀୟ ଠାକୁରାଣୀ ମନ୍ଦିର ଭିତରେ ପୂଜାରୀ ମାନଙ୍କ ଦ୍ୱାରା ପୂଜାର୍ଜନା କରି ପାଟ ଖଣ୍ଡା କୁ ଅସ୍ଥାୟୀ ମନ୍ଦିର କୁ ପାଦ ଆଗମନ କରି ପ୍ରାରମ୍ଭ କରିଥିଲେ । ଏହି ଯାତ୍ରା ପୂର୍ବ ପୁରୁଷରୁ ଦଶଦିନ ଧରି ବ୍ଲକର ୯ଗୋଟି ପଞ୍ଚାୟତର କୋଣ ଅନୁକଣ ବୁଲିବାକୁ ଧାର୍ଯ୍ୟ କରାଯାଇଛି |ଏହି ପରିପ୍ରେକ୍ଷୀରେ ସରପଞ୍ଚ ଶ୍ରୀ ବାର୍ଲି ସମସ୍ତ ବ୍ଲକ ବାସୀଙ୍କୁ ସହଯୋଗ କାମନା କରିଥିଲେ | ଏଥିରେ କଲ୍ୟାଣସିଂହପୁର ବ୍ଲକ ଅଞ୍ଚଳ ରୁ ବହୁ ସମାଜ ସେବୀ ବୃନ୍ଧ, ରାଜନୈତିକ ବ୍ୟକ୍ତି ବିଶେଷ ଓ ଜନସାଧାରଣ ଉପସ୍ଥିତ ରହି ଚୈତ୍ରଘଟ କୁ ଆମନ୍ତ୍ରିତ କରିବା ସହ ସ୍ଥାନେ ସ୍ଥାନେ ପୂଜାର୍ଜନା କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.