ବିଶ୍ୱ ଜଳ ଦିବସ ଅବସରରେ ସଚେତନତା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ଗଜପତି (ଗଣେଶ କୁମାର ରାଜୁ): ବିଶ୍ୱ ଜଳ ଦିବସ ପାଳନର ଅବସରରେ ଆଜି ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜିଲ୍ଲା ଆଇନ ସେବା ପ୍ରାଧିକାରଣ ଗଜପତି ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜଳ ସଂରକ୍ଷଣ ଓ ଜଳର ସୁସ୍ଥିର ବ୍ୟବହାର ବିଷୟରେ ଛାତ୍ରଛାତ୍ରୀ ଓ ସାଧାରଣ ଲୋକଙ୍କୁ ସଚେତନ କରା ଯାଇଥିଲା। ଏହି କାର୍ଯ୍ୟକ୍ରମରେ ନିମ୍ନଲିଖିତ ଅତିଥିମାନେ ଉପସ୍ଥିତ ରହି ସଭାକୁ ସମ୍ବୋଧନ କରିଥିଲେ : ଶ୍ରୀ ପ୍ରସନ୍ନ କୁମାର ବେହେରା-ରେଜିଷ୍ଟ୍ରାର, ସିଭିଲ କୋର୍ଟ, ଗଜପତି, ଶ୍ରୀ ମନୋଜ କୁମାର ଦାଶ-ସମାଜସେବୀ , ଡା.ମହେନ୍ଦ୍ର ରଇତ, ଅଧକ୍ଷ୍ୟ, ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ , ପାରଳାଖେମୁଣ୍ଡି ପ୍ରମୁଖ ଅତିଥିମାନେ ଜଳ ସଂରକ୍ଷଣର ଆବଶ୍ୟକତା ଉପରେ ଜୋର ଦେବା ସହ ଦୈନିକ ଜୀବନରେ ଜଳର ସଠିକ୍ ବ୍ୟବହାର କରିବା ପାଇଁ ସମସ୍ତଙ୍କୁ ପ୍ରେରିତ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.