ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼: ସନ୍ଧିକୁଳିଆର ଆମ୍ବ ବଗିଚା ଠାରେ ଆଜି ଧର୍ମଗଡ଼ ବ୍ଲକ ସ୍ତରୀୟ ବିଜୁ ଜନତା ଦଳର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ସଭାପତି ଡାକେ ଲହଜଳଙ୍କ ସଭାପତିତ୍ୱରେ ଏନେଇ ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଉପସଭାପତି ଥବିର ପ୍ରସାଦ ସାହୁ ଉପସ୍ଥିତ ଥିଲେ। ବୈଠକରେ ବୁଥ୍ ସ୍ତରୀୟ ଏଜେଣ୍ଟ ମାନଙ୍କର ଚୟନ କରାଯାଇଥିବା ସହିତ ବରିଷ୍ଠ ନେତା ମହେନ୍ଦ୍ର ପ୍ରଧାନୀଙ୍କର ସ୍ମୃତିରେ ଶୋକ ସଭା ମଧ୍ୟ ଆୟୋଜିତ ହୋଇଥିଲା। ଏହି ବୈଠକରେ ସଭାନେତ୍ରୀ ମମତା ଗୋପାଳ, ମିଥିଳା ପୁଞ୍ଜି, ଜିଲ୍ଲାପରିଷଦ ସଦସ୍ୟ ଶଙ୍କର ଜଏଡ, ଏନଏସି ସଭାପତି ମଦନ ନାଏକ, ଧର୍ମଗଡ ଏନଏସି କାଉନସିଲର ମୁନିରାମ ମାଝୀ, ମମତା ବାଗ, ସନ୍ତୋସିନି ନାଏକ, ଯୌତିମୟୀ ମହାନନ୍ଦ ଓ ଯୁବ ଓ ଛାତ୍ର ସଭାନେତ୍ରୀ ସହ ବହୁ କର୍ମୀ ଉପସ୍ଥିତ ଥିଲେ। ବୈଠକରେ ଯୁବ ଓ ଛାତ୍ର କର୍ମୀମାନଙ୍କ ସଂଗଠନକୁ କିପରି ଆହୁରି ସୁସଂଗଠିତ ଓ ସକ୍ରିୟ କରାଯିବ, ସେନେଇ ଆଲୋଚନା ହୋଇଥିଲା। ଏହାସହ ଆଗାମୀ ଦିନର କାର୍ଯ୍ୟଯୋଜନା ଓ ଗ୍ରାମସ୍ତରରେ ଦଳକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ମତବିନିମୟ ହୋଇଥିଲା। ଶେଷରେ ସନ୍ତୋଷ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ।





