ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ସ୍ଥାନୀୟ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, କଳାହାଣ୍ଡି ଆନୁକୂଲ୍ୟରେ ପ୍ରଥମ ଏବଂ ଦ୍ଵିତୀୟ ବର୍ଷର ଗୁରୁ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ଏକ ଖାଦ୍ୟ ମେଳା ଆୟୋଜନ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଅଧ୍ୟକ୍ଷ ଡ. ଦେଶବନ୍ଧୁ ସାହୁ ଅନୁଷ୍ଠାନିକ ଭାବରେ ଉଦଘାଟନ କରିଥିବା ବେଳେ ସମସ୍ତ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ।
ସମସ୍ତ ଗୁରୁ ଛାତ୍ରଛାତ୍ରୀ ଦଳଗତ ଭାବରେ ପୁଷ୍ଟିକର, ରୁଚିକର ତଥା ଶରୀର ପାଇଁ ହିତକର ବ୍ୟଞ୍ଜନ ପ୍ରସ୍ତୁତ କରିଥିଲେ; ଯେଉଁଥିରେ ଛାତ୍ରଛାତ୍ରୀମାନଙ୍କର ସୃଜନଶୀଳତା, ସଂସ୍କୃତି ଓ ପାକ କୌଶଳର ସମ୍ମିଶ୍ରଣ ଦେଖିବାକୁ ମିଳିଥିଲା।
ଏହି ମେଳାରେ ପ୍ରଥମ ବର୍ଷ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀମାନଙ୍କର ମୋଟ ୨୦ଟି ଷ୍ଟଲ୍ ସଜାଯାଇଥିଲା ଏବଂ ପ୍ରତ୍ୟେକରେ ଏକାଧିକ ନୂତନ ଖାଦ୍ୟପଦାର୍ଥ ପ୍ରଦର୍ଶନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀମାନଙ୍କର ପାକକଳା ପ୍ରତିଭାକୁ ଉଜାଗର କରିବା ସହିତ ସମୂହ କାର୍ଯ୍ୟ, ପରିଚାଳନା କୌଶଳ ଓ ସଂସ୍କୃତିକ ଆଦାନ-ପ୍ରଦାନକୁ ମଧ୍ୟ ପ୍ରୋତ୍ସାହିତ କରିଥିଲା। ଅଭିନବ କାର୍ଯ୍ୟକ୍ରମଟିକୁ ଅଭିଭାବକ ଓ ଶିକ୍ଷାବିତ୍ ମହଲରେ ପ୍ରଶଂସା କରାଯାଇଛି।





