ଅବକାରୀ ଚଢ଼ାଉ; ଦୁଇ ଗିରଫ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ଅବକାରୀ ଥାନା ଅଧିକାରୀ ଗୁପ୍ତେଶ୍ୱର ପୁଟେଲଙ୍କ ନେତୃତ୍ୱରେ ବୁଧବାର କୋକସରା ଥାନା ବାଙ୍କିମୁଣ୍ଡା ଓ ଆମପାଣି ଥାନା ସାନପୋଡାଗୁଡା ଗ୍ରାମରେ ଚଢ଼ାଉ କରି ଖଜୁରୀ ତାଡି ଓ ଦେଶୀ ମଦ ଜବତ କରାଯାଇଛି। ଏବଂ ଏଥିରେ ସମ୍ପୃକ୍ତ ଥିବା ଦୁଇ ଜଣକୁ ଗିରଫ କରାଯାଇଛି। ସେମାନେ ହେଲେ ୟେରା ଭେଙ୍କାନା(୪୪) ଓ ବିଭିଷଣ ପୁଝାରୀ(୩୮) ବୋଲି ଜଣାପଡ଼ିଛି। ବାଙ୍କୀମୁଣ୍ଡା ଗ୍ରାମରୁ ୟେରା ଭେଙ୍କାନା ଠାରୁ ୨୦ ଲିଟର ଖଜୁରୀ ତାଡି ଜବତ କରାଯାଇଥିବା ବେଳେ ସାନପୋଡାଗୁଡା ଗ୍ରାମରୁ ବିଭିଷଣ ପୁଝାରୀଙ୍କ ଠାରୁ ୯ ଲିଟର ଦେଶୀ ମଦ ଜବତ କରାଯାଇ ସେମାନଙ୍କୁ ଗିରଫ୍ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ତେବେ ସେମାନଙ୍କୁ କୋର୍ଟରେ ଜାମିନ ହୋଇଥିବା ସୂଚନା ମିଳିଛି। ଏହି ଚଢ଼ାଉରେ ଅବକାରୀ ଓଆଇସି ଶ୍ରୀ ପୁଟେଲ ସହିତ ସୁରେଶ ଭୋଇ, ଖୁସିଦେବ କଟା, ମହାଦେବ ମାଝୀ, ବଳଭଦ୍ର ପାତ୍ର, ଅରୁଣାକ୍ଷ ଧଙ୍ଗଡାମାଝୀ, ରବି ନାଗ, ଜଶୋବନ୍ତ ଭୋଇ ପ୍ରମୁଖ ସାମିଲ ହୋଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.