ବାଇକ୍ କୁ ସାମ୍ନା ପଟୁ ଧକ୍କା ଦେଲା ଟ୍ରକ୍ : ବାପାଙ୍କ ସହ ୨ ପୁଅ ମୃତ

ଭୁବନେଶ୍ବର,୨୮/୮ : ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଗଡଖୋର୍ଦ୍ଧା ନିକଟରେ ଏକ ମର୍ମନ୍ତୁଦ ସଡକ ଦୂର୍ଘଟଣାରେ ବାପାଙ୍କ ସହ ୨ ପୁଅଙ୍କ ମୃତ୍ୟୁ ହୋଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ମୃତକମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ମଳିପଡ଼ା ଅଞ୍ଚଳର କୃଷ୍ଣଚନ୍ଦ୍ର ପାତାଳସିଂହ ଓ ତାଙ୍କର ଦୁଇ ପୁଅ ସଞ୍ଜୟ ଏବଂ ବିକ୍ରମ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ପ୍ରାପ୍ତ ସୂଚନା ଆଧାରରେ, ମଙ୍ଗଳବାର ବିଳମ୍ବିତ ରାତିରେ କୃଷ୍ଣ ପାତାଳସିଂହ ଓ ତାଙ୍କର ଦୁଇ ପୁଅ ସଂଜୟ ଏବଂ ବିକ୍ରମ ଭୁବନେଶ୍ୱରରୁ ଏକ ବାଇକ୍ ଯୋଗେ ଘରକୁ  ଫେରୁଥିଲେ । ଏହି ସମୟରେ ୧୬ ନମ୍ବର ଜାତୀୟ ରାଜପଥ ଗଡ଼ଖୋର୍ଦ୍ଧା ନିକଟରେ ଏକ ମିନି ଟ୍ରକ୍‌ ସେମାନଙ୍କୁ ସାମ୍ନା ପଟୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ହିଁ କୃଷ୍ଣଙ୍କ ମୃତ୍ୟୁ ହୋଇ ଯାଇଥିବା ବେଳେ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ସଞ୍ଜୟ ଓ ବିକ୍ରମଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଦୁଇ ପୁଅ ପ୍ରାଣ ହରାଇଛନ୍ତ । ଖୋର୍ଦ୍ଧା ଟାଉନ ଥାନା ପୋଲିସ ମୃତଦେହଗୁଡ଼ିକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

Udyog Nursery
Udyogi Nursery

 

For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.