ହଜାରୀପଡାରେ ୫୧ତମ ଶ୍ରୀରାମ ନବମୀ ଉତ୍ସବ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କର୍ଲାମୁଣ୍ଡା ବ୍ଲକ ଯୋରାଡବରା ପଞ୍ଚାୟତ କୁଶୁର୍ଲା ହଜାରିପଡା ଗ୍ରାମରେ ଶ୍ରୀ ରାମନବମୀ ଉତ୍ସବ ପାଳନ କରାଯାଇଛି। ଏହି ପୂଜା ଟି ୧୯୭୫ ମସିହା ରୁ ଚାଲିଥିବାବେଳେ ପ୍ରତେକ ବର୍ଷ ଶ୍ରୀ ରାମ ନବମୀ ଦିନରେ ହଜାରୀପଡା ଶ୍ରୀ ରାମମନ୍ଦିର ଠାରୁ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ମହାପ୍ରଭୁଙ୍କୁ ବରଣ କରି ଗ୍ରାମର ସମସ୍ତ ଇଷ୍ଟଦେବା ଦେବି ଙ୍କୁ ପୂଜା ଅର୍ଚ୍ଚନା କରି ନିଜ ସ୍ଥାନ କୁ ଫେରିବା ବେଳେ ଗାଁ ର ପ୍ରବେଶ ଦ୍ୱାର ରେ ବରଣ କରି ଆଣିଥିବ ଶ୍ରୀ ରାମ ମହାପ୍ରଭୁଙ୍କ ରାଜ ଅଭିଷେକ ପ୍ରତିଛବିଙ୍କୁ ଗ୍ରାମର ସମସ୍ତ ମହିଳା ମାନେ ବହୁତ ଉତ୍ସାହର ସହ ଧୁମଧାମରେ ପୂଜା ଅର୍ଚ୍ଚନା କରି ବାନ୍ଧପନା କରିଥାନ୍ତି । ଶ୍ରୀ ରାମନବମୀ ପୂଜା ଟି ଦୀର୍ଘ ଚଉଦ ଦିନ ଧରି ଚାଲିଥିବାବେଳେ ପ୍ରତେକ ଦିନ ରାତିରେ ନାଟକ ପରିବେଷଣ କରି ପୂଜା ଟିକୁ ଉଦଯାପିତ କରାଯାଇଥାଏ l ଉକ୍ତ ପୂଜାର ପୂଜକ ଭାବେ ଶ୍ରୀ କ୍ରିଷ୍ଣା ମିଶ୍ର,କର୍ତ୍ତା ଭାବ ଶ୍ରୀ କୈଳାଶ ସାହୁ ଏବଂ ତାଙ୍କ ଧର୍ମପତ୍ନୀ ଶ୍ରୀ କୁମୁଦିନୀ ସାହୁ ରହି ଥିବାବେଳେ ରାମନବମୀ କମିଟିର ସଭାପତି ଶ୍ରୀ ସୋମନାଥ ସାହୁ,ଉପସଭାପତି ଶ୍ରୀ ସୁଶାନ୍ତ ସାହୁ,ସମ୍ପାଦକ ଶ୍ରୀ ତ୍ରିଲୋଚନ ସାହୁ, କୋଷାଧକ୍ଷ ଶ୍ରୀ ଡମ୍ବରୁଧର ସାହୁ, ପୂର୍ବତନ ସଭାପତି ଶ୍ରୀ ଶ୍ୟାମରାଜ ସାହୁ, ପୂର୍ବତନ ସମ୍ପାଦକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସାହୁ ସମେତ ହଜାରୀପଡା ଗ୍ରାମର ସମସ୍ତ ଗ୍ରାମବାସୀ ବୃନ୍ଦ ଓ କଳାରୁଦ୍ର ଯୁବକ ସଂଘର ସମସ୍ତ କର୍ମକର୍ତ୍ତା ପ୍ରମୁଖ ସହଯୋଗ କରିଥିଲେ l 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.