ସମ୍ବଲପୁର ବିଶ୍ବବିଦ୍ୟାଳୟ ପରଫର୍ମିଂ ଆର୍ଟ ବିଭାଗ ତରଫରୁ ବିଶ୍ବ ନାଟ୍ୟ ଦିବସ ପାଳନ

ଓଡ଼ିଆ ବାର୍ତ୍ତା/ ସମ୍ବଲପୁର: ବିଶ୍ବ ନାଟ୍ୟ ଦିବସର ଉପଲକ୍ଷେ ସମ୍ବଲପୁର ବିଶ୍ବବିଦ୍ୟାଳୟ ପରଫର୍ମିଂ ଆର୍ଟ ବିଭାଗ ତରଫରୁ ଏକ ଦିବସୀୟ କ୍ୟାରିୟର କାଉନ୍ସେଲିଙ୍ଗ ଓ ବିଶ୍ବ ନାଟ୍ୟ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ଗବେଷକ ଡ. ଶ୍ୟାମସୁନ୍ଦର ଧରା ଏବଂ ଡ. ରାଜେନ୍ଦ୍ର ସିଂ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ କଳାର ସକାରାତ୍ମକ ଦିଗ ବିଷୟରେ ଆଲୋଚନା କରିଥିଲେ। ଡ. ବିଧୁ ଭୂଷଣ ମିଶ୍ର କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ।

ଡ. ମୋହିତ ସ୍ୱାଇଁ, ମମତା ସାହୁ, ଅରବିନ୍ଦ ପଣ୍ଡା, ଜ୍ୟୋତିରେଖା ତ୍ରିପାଠୀ, ଡ. ଚନ୍ଦ୍ର କାନ୍ତ ମହାନନ୍ଦ, ଡ. ସପନ ମିଶ୍ର ଯୋଗଦାନ କରିଥିଲେ। ଡ. ଗୋପୀନାଥ ବାଗ ମଞ୍ଚ ପରିଚାଳନା କରିଥିଲେ। ବିଶ୍ବ ନାଟ୍ୟ ଦିବସର ବାର୍ତ୍ତା ଡ. ମହାନନ୍ଦ ପଠନ କରିଥିଲେ। ପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଡ. ମୋହିତ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.