ନାଟ୍ ପକ୍ଷରୁ ବିଶ୍ଵ ନାଟ୍ୟ ଦିବସ ଓ ଆଲୋଚନାଚକ୍ର

ଓଡ଼ିଆ ବାର୍ତ୍ତା/ ସୋନପୁର: ବିଶ୍ୱ ନାଟ୍ୟ ଦିବସ ଉପଲକ୍ଷେ ସୁବର୍ଣ୍ଣପୁରର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ନାଟ ତରଫରୁ ଏକ ଆଲୋଚନାଚକ୍ର ସ୍ଥାନୀୟ ମହାନଦୀ ସାହିତ୍ୟ ସଂସଦ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ନାଟ୍ୟକାର ଓ ନିର୍ଦ୍ଦେଶକ ପ୍ରଦ୍ୟୁମ୍ନ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଥିବା ଏହି ଆଲୋଚନାଚକ୍ରରେ ନାଟ ଅନୁଷ୍ଠାନର ସମସ୍ତ ସଦସ୍ୟ ଯୋଗ ଦେଇ ନାଟକ ସମ୍ପର୍କିତ ନିଜର ଅନୁଭବ ଓ ବାର୍ତ୍ତା ପ୍ରଦାନ କରିଥିଲେ।

ପ୍ରଥମରେ ସମ୍ପାଦକ ବନମାଳୀ ପଣ୍ଡା ବିଶ୍ଵ ନାଟ୍ୟ ଦିବସ ପାଳନର ଗୁରୁତ୍ତ୍ୱ ବାବଦରେ ଅବଗତ କରେଇଥିଲେ। ଗାଳ୍ପିକ କ୍ଷୀରୋଦ ବିଶ୍ୱାଳ ୱିଲେମ ଡାଫୋଙ୍କ ବିଶ୍ୱ ନାଟ୍ୟ ଦିବସ ସମ୍ପର୍କିତ ବାର୍ତ୍ତାଟିକୁ ପାଠ କରି ଶୁଣାଇଥିଲେ। ନାଟର ସାହିତ୍ୟ ସମ୍ପାଦକ କବି ଲଷ୍ମୀନାରାୟଣ ସାହୁଙ୍କ ଦ୍ୱାରା ନାଟକ ସମ୍ପର୍କିତ ଏକ କବିତା “ନାଟକ” ପାଠ କରିଥିବା ବେଳେ ପ୍ରଦ୍ୟୁମ୍ନ ସାହୁ “ସମର୍ପଣ” ଶୀର୍ଷକ କବିତା ପାଠ କରିଥିଲେ। ଯୁବ ଅଭିନେତା ଅମିୟ ଦାଶ ନିଜ ଅଭିନୟର ଏକା ଝଲକ ଦେଖାଇଥିଲେ।

ଏହି ସଭାରେ ନାଟ ଅନୁଷ୍ଠାନର ଆଗାମୀଦିନରେ ହେବାକୁ ଥିବା ରାଷ୍ଟ୍ରୀୟ ନାଟମେଳା ସମ୍ପର୍କରେ ଆଲୋଚନା ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଉପ ସଭାପତି ଶୈଳେନ୍ଦ୍ର ବସ୍ତିଆ, ସଂସ୍କୃତି ସମ୍ପାଦକ ଅବିନାଶ ହୋତା, ସନ୍ତୋଷ ମିଶ୍ର, ଗତିକୃଷ୍ଣ ବଣିଆ, ଅଜିତ ମେହେର, ନବ କିଶୋର ତ୍ରିପାଠୀ, ଇରାଦତ ଖାନ, ସମୀର ସାହୁ, ଶିବରାଜ କମ୍ପ, ଜ୍ୟୋତି ମିଶ୍ର, ଶିବରାମ ମିଶ୍ର, ବିଶ୍ୱଜିତ ମହାପାତ୍ର, ଦେବାଶିଷ ପଟ୍ଟନାୟକ, ବିଶେଶ୍ଵର ଗୁରୁ, ଦଧି ବାମନ ବାବୁ ଆଦି ଯୋଗ ଦେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.