କୁଡ଼ାସିଂହାରେ ପାଟଣା କ୍ଷତ୍ରୀୟ ସମାଜର ଜୋନସ୍ତରୀୟ ସମ୍ମିଳନୀ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ ଟିକ୍ରାପଡ଼ା ପଞ୍ଚାୟତ କୁଡ଼ାସିଂହା ଗାଁ ଶିବ ମନ୍ଦିର ପ୍ରାଙ୍ଗଣରେ ପାଟଣା କ୍ଷତ୍ରୀୟ ସମାଜ ଆନୁକୂଲ୍ୟରେ ଜୋନ ସ୍ତରୀୟ ବାସନ୍ତିକ ଦୁର୍ଗା ପୂଜା ଓ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି | ସଭା ପ୍ରାରମ୍ଭରେ ସମାଜର ଇଷ୍ଟ ଦେବୀ ମା’ ଦୁର୍ଗା ଓ ପ୍ରଭୁ ଶ୍ରୀରାମଙ୍କ ପୂଜାର୍ଚ୍ଚନା କରାଯାଇଥିଲା | ନେହେରୁ ବୁଡ଼େକ, ଶରତ ଭଞ୍ଜ ପୂଜାର୍ଚ୍ଚନା କରିଥିଲେ | ଜୋନ ସଭାପତି ମୋହନ ସୁନ୍ଦର ବୁଡ଼େକ ସଭାରେ ଅଧ୍ୟକ୍ଷତା କରିଥିବା ବେଳେ ସହସମ୍ପାଦକ ତ୍ରିଲୋଚନ ଚିନ୍ଦା ସଭା ସଂଯୋଜନା କରିଥିଲେ | ସଭାରେ ସମାଜ ଲୋକଙ୍କ ସର୍ବାଙ୍ଗନ ବିକାଶ ଯୋଜନାର ରୂପରେଖ ନେଇ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା | ସମ୍ପାଦକ ମୋହନ ନାଏକ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ | ଉପଦେଷ୍ଟା ଚନ୍ଦ୍ରମଣି ସିଂ ଦେଓ, ଉଦ୍ଧବ ଠାକୁର, ସଦସ୍ୟ ଭାଗ୍ୟବନ୍ତ ବିଶି, ବାବୁଲାଲ ଠାକୁର, ଦେବରାଜ ବୁଡ଼େକ, ନିର୍ମଳ ମଲ୍ଲିକ, ସୁଶାନ୍ତ ବୁଡ଼େକ, ଶୁକଦେବ ରାଉତ, ରୁଦ୍ରଦେବ ସିଂ, ଲକ୍ଷ୍ମୀ ବୁଡ଼େକ, ସୁରୁବୁଇ ଭଞ୍ଜ, କୁନୁ ଦେଓ, କାନ୍ତି ରାଉତ, ପଦ୍ମାଳୟା ବୁଡ଼େକ, ଗୀତାଞ୍ଜଳି ଦେଓ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ | ଶେଷରେ ଦିବ୍ୟଲୋଚନ ବୁଡ଼େକ ଧନ୍ୟବାଦ ଅର୍ପଣ କରିଥିଲେ | ମୁରିବାହାଲ, ବେଲପଡା, ସଇଁତଲା ବ୍ଲକ ଅଞ୍ଚଳର ୨୪ ଖଣ୍ଡ ଗାଁରୁ ଶତାଧିକ କ୍ଷତ୍ରୀୟ ସମାଜ ସଦସ୍ୟ ସଦସ୍ୟା ସାମିଲ ହୋଇଥିଲେ | ପ୍ରମୋଦ ସିଂ ଦେଓ, ଅର୍ଜୁନ ଭଞ୍ଜ, ପ୍ରେମରାଜ ବୁଡ଼େକଙ୍କ ସମେତ ସ୍ଥାନୀୟ ସଦସ୍ୟବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.