‘ବିଶ୍ବ ଦେଖିଛି ଯାଦବଙ୍କ ପରାକ୍ରମ’
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଅତିତରେ ଯାଦବମାନେ ଆର୍ଯ୍ୟବର୍ତ୍ତର ଷାଠିଏ ବର୍ଷ (ଦେଶ)ରେ ଶାସନ କରୁଥିଲେ। ଭାରତୀୟ ସଂସ୍କୃତିକୁ ଋଦ୍ଧିମନ୍ତ କରିବାରେ ଯାଦବ ଜାତିର ଅବଦାନ ଅତୁଳନୀୟ। ବର୍ତ୍ତମାନର ବାଡ଼ିଖେଳ ହେଉଛି ପ୍ରାଚୀନ ସାମରିକ କଳାର ଏକ ଜିବନ୍ତ ରୂପ। ମହାଭାରତ ଯୁଦ୍ଧ ଠାରୁ ଆରମ୍ଭ କରି କଳିଙ୍ଗ ଯୁଦ୍ଧ ଏବଂ ରେଜେଙ୍ଗଲା ଯୁଦ୍ଧ ପର୍ଯ୍ୟନ୍ତ ବିଶ୍ବ ଦେଖିଛି ଯାଦବଙ୍କ ପରାକ୍ରମ ବୋଲି ନର୍ଲା ଠାରେ ଆୟୋଜିତ ନବମ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାରେ ମତ ପ୍ରକାଶ ପାଇଛି।
ମାଣ୍ଡେଲ ସ୍ଥିତ ଯାଦବ ଭବନଠାରେ ଦୁଇଦିନ ଧରି ନବମ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ଅନୁଷ୍ଠିତ ହୋଇଯାଇଛି। ରବିବାର ନବମ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ଅଭ୍ୟର୍ଥନା କମିଟି ସଭାପତି ଗିରିଧାରୀ ଗଉଡଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଖିଳ ଭାରତ ବର୍ଷିୟ ଯାଦବ ମହାସଭାର ସମ୍ପାଦକ ରାଜୁ ଘିଭେଲା, ବିଶିଷ୍ଟ ଅତିଥି ଭାବେ ଉତ୍କଳ ଯାଦବ ମହାସଭାର ଉପସଭାପତି ଲମ୍ବୋଦର ନିଆଲ, ମୁଖ୍ୟ ବକ୍ତା ଭାବେ ଉତ୍କଳ ଯାଦବ ମହାସଭାର ସମ୍ପାଦକ ତ୍ରିଲୋଚନ ନାଗ, ବିଶିଷ୍ଟ ବକ୍ତା ଭାବେ ଅଧ୍ୟାପକ ମାଧବ ଲହଜଲ, ସମ୍ମାନିତ ଅତିଥି ଭାବେ ଉତ୍କଳ ଯାଦବ ମହାସଭାର ମହିଳା ପ୍ରକୋଷ୍ଠ ଅଧ୍ୟକ୍ଷା ସଞ୍ଜୁକ୍ତା ବେହେରା, କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ନବନିର୍ବାଚିତ ସଭାପତି ନୃପରାଜ ଯାଦବ, ସାଧାରଣ ସମ୍ପାଦକ ତ୍ରିପୁରା ନାୟକ, ବିଦାୟୀ ସାଧାରଣ ସମ୍ପାଦକ ଡ଼ଃ ସଞ୍ଜୟ ଧଙ୍ଗଡାମାଝୀ, ଜିଲ୍ଲା ଅଭ୍ୟର୍ଥନା କମିଟି କୋଷାଧ୍ୟକ୍ଷ ରଘୁବୀର ନାଗ, ମହିଳା ନେତ୍ରୀ ରଶ୍ମୀରେଖା ରାଉତ, ନବ ନିର୍ବାଚିତ ଜିଲ୍ଲା ଉପସଭାପତି କମଲ ବାଗ, ଅଲେଖ ଚନ୍ଦ୍ର ଗୋପାଳ, ଜଗଦୀଶ ଯାଦବ ଓ ଯୁଧିଷ୍ଠିର ଗଉଡ, ଯୁଗ୍ମ ସମ୍ପାଦକ ଡମ୍ବରୁଧର ଖର୍ସେଲ, ପୂର୍ଣ୍ଣଚନ୍ଦ୍ର ଗଉଡ, ବିଶ୍ବରଞ୍ଜନ ଧଙ୍ଗଡାମାଝୀ, କୋଷାଧ୍ୟକ୍ଷ ଅର୍ଜୁନ ଭାଟି, କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ନିର୍ବାଚନ ପ୍ରକ୍ରିୟାର ମୁଖ୍ୟ ନିର୍ବାଚନ ଅଧିକାରୀ ପଙ୍କଜ ଗଉଡ, ପ୍ରମୁଖଙ୍କ ସମେତ ୧୩ ଗୋଟି ବ୍ଲକ, ମ୍ୟୁନିସିପାଲଟି, ଏନଏସି ସଭାପତିମାନେ ମଞ୍ଚାସୀନ ଥିଲେ।

ଦିବଂଗତ ବିଶିଷ୍ଟ ଯାଦବ ନେତୃତ୍ୱ ପଦ୍ମଲୋଚନ ଜାଲ, ଖଗେଶ୍ୱର ଜାଲ ଓ ଯୁଗେଶ୍ବର ଚନ୍ଦନଙ୍କୁ ସଭାରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ପୂର୍ବତନ ଜିଲ୍ଲା ସାଧାରଣ ସମ୍ପାଦକ ଡ଼ଃ ସଞ୍ଜୟ କୁମାର ଧଙ୍ଗଡାମାଝୀ ଅତିଥି ପରିଚୟ ପ୍ରଦାନ, ନବମ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ଅଭ୍ୟର୍ଥନା କମିଟି ସଭାପତି ଗିରିଧାରୀ ଗଉଡ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ ଅଭ୍ୟର୍ଥନା କମିଟି ସାଧାରଣ ସମ୍ପାଦକ ତଥା ନବ ନିର୍ବାଚିତ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ସାଧାରଣ ସମ୍ପାଦକ ତ୍ରିପୁରା ନାୟକ ବିବରଣୀ ପଠନ କରିଥିଲେ।

ସ୍ବାଗତ ସଂଗୀତ ଓ ନୃତ୍ୟ ପରିବେଷଣ କରିଥିଲେ ମଧୁପୁର ଆଶ୍ରମ ବିଦ୍ୟାଳୟର ଛାତ୍ରୀବୃନ୍ଦ। ନବନିର୍ବାଚିତ ଜିଲ୍ଲା କର୍ମକର୍ତ୍ତା ଶପଥପାଠ କରିଥିଲେ। ନର୍ଲା ବ୍ଲକ ଯାଦବ ସମିତି ସାଧାରଣ ସମ୍ପାଦକ ମଧୁସୂଦନ ରାଉତ ଓ ଶିକ୍ଷାବିତ ସୁଧିର କୁମାର ଧଙ୍ଗଡାମାଝୀ ମଞ୍ଚ ପରିଚାଳନା କରିଥିଲେ।

ପ୍ରାରମ୍ଭରେ ଏକ ବିଶାଳ ଶୋଭାଯାତ୍ରାରେ ଯାଦବମାନେ ବାହାରି ନର୍ଲା ବୁଢ଼ାରଜା ମନ୍ଦିରରୁ ମଶାଳ ଆଣି ମଞ୍ଚରେ ସ୍ଥାପନ କରିଥିଲେ। ଯାଦବ ସଂସ୍କୃତିର ମହାନ ବିଭବ ବାଡ଼ିଖେଳ ପରିବେଷଣ କରିଥିଲେ ଦେବଗିରି ବନାବାଡି ଏକାଡେମୀର କଳାକାର ବୃନ୍ଦ। ଫତକାବାହାଲିର ଡମବଜା, ନର୍ଲାର ଘୁମୁରା, ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କଳାକାର ସର୍ବେଶ୍ୱର ଭୋଇଙ୍କ ସଂଗୀତ ସମେତ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

ନର୍ଲା ଯାଦବ ଭବନ ନିର୍ମାଣ ପାଇଁ ଜମିଦାନ କରିଥିବା ସ୍ବର୍ଗତ ଖଗେଶ୍ୱର ଜାଲଙ୍କ ସୁପୁତ୍ର ରୋମାଞ୍ଚଳ ଜାଲଙ୍କୁ ସ୍ବତନ୍ତ୍ର ଭାବେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହି ଅବସରରେ ଜିଲ୍ଲାର ବ୍ଲକ, ମ୍ୟୁନିସିପାଲଟି, ଏନଏସି, ଆଞ୍ଚଳିକ, ଯାଦବ କର୍ମକର୍ତ୍ତା ନିର୍ବାଚନର ମୁଖ୍ୟ ନିର୍ବାଚନ ଅଧିକାରୀ ଓ ତାଙ୍କ ଟିମ୍ ଏବଂ ବିଶିଷ୍ଟ ଯାଦବ ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।

ସଭାରେ ଯାଦବ ସମାଜର ଶିକ୍ଷା, ସଂସ୍କୃତି, ରାଜନୈତିକ ଭାଗିଦାରୀ ସମେତ ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା। ଏଥିରେ ପାଞ୍ଚ ହଜାରରୁ ଉର୍ଦ୍ଧ୍ୱ ଯାଦବ ସାମିଲ ହୋଇଥିଲେ। ଶେଷରେ ନର୍ଲା ବ୍ଲକ ଯାଦବ ସମିତି ସଭାପତି ଲିଙ୍ଗରାଜ କରୁଆଁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ନର୍ଲା ବ୍ଲକ ଯାଦବ ସମିତିର ଉପସଭାପତି ଦୁଲ୍ଲଭ ମାହାର, ସୁନୀଲ କୁମାର ଧଙ୍ଗଡାମାଝୀ, ମାର୍କଣ୍ଡ ଜାଲ, ଯୁଗ୍ମ ସମ୍ପାଦକ ଅଜିତ କରୁଆଁ, ଜିଲ୍ଲା ଅଭ୍ୟର୍ଥନା କମିଟିର କାର୍ଯ୍ୟକାରୀ କୋଷାଧ୍ୟକ୍ଷ ଗିରିଧାରୀ ଗଉଡ, ନର୍ଲା ବ୍ଲକ ଯୁବ ସଭାପତି ପ୍ରସୁନ କୁମାର ଜାଲ, ନର୍ଲା ଆଞ୍ଚଳିକ ଯାଦବ ସମିତି ସଭାପତି ସୁଧୀର ନାଏକ, ବରିଷ୍ଠ ଯାଦବ ନେତୃତ୍ୱ ମୋହନ ବାଗ, ଦେବରାଜ ବଗର୍ତ୍ତୀ, ଉଗ୍ରସେନ ଗଉଡ, ପ୍ରଦ୍ୟୁମ୍ନ ଭୋଇ, ବିକ୍ରମ ଗଉଡ, ଭୁବନ ବାଗ ପ୍ରମୁଖ ସହଯୋଗ କରିଥିଲେ।






