କଲ୍ୟାଣସିଂହପୁର ବ୍ଲକର ଗର୍ବ: କୀର୍ତ୍ତିକାଙ୍କ IIT JAM ସଫଳତାରେ ଖୁସିର ଲହରୀ

ଓଡ଼ିଆ ବାର୍ତ୍ତା/ କଲ୍ୟାଣସିଂହପୁର (ପଦ୍ମନ ଭତ୍ରା): ଶିରିପୁର ଗ୍ରାମ ପାଇଁ ଏକ ଗର୍ବର ମୁହୂର୍ତ୍ତ ସୃଷ୍ଟି ହୋଇଛି । ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ନାରାୟଣପୁର ଗ୍ରାମ ପଞ୍ଚାୟତ ଶିରିପୁର ଗ୍ରାମର ଜଣେ ମେଧାବୀ ଛାତ୍ରୀ କୀର୍ତ୍ତିକା କାଡ୍ରାକା IIT JAM 2026 ପରୀକ୍ଷାରେ ଉତ୍କୃଷ୍ଟ ସଫଳତା ହାସଲ କରି ସମଗ୍ର ଅଞ୍ଚଳର ନାମକୁ ଉଜ୍ଜ୍ୱଳ କରିଛନ୍ତି । ପ୍ରଗତି ଡିଗ୍ରୀ କଲେଜର ଛାତ୍ରୀ କୀର୍ତ୍ତିକା ରାମନାଥ କାଡ୍ରାକାଙ୍କ କନ୍ୟା ହୋଇଥିବା ସହିତ ଛୋଟ ଗ୍ରାମୀଣ ପରିବେଶରୁ ଆସି ନିଜ ପରିଶ୍ରମ ଓ ଦୃଢ଼ ସଙ୍କଳ୍ପ ଦ୍ୱାରା ଏହି ସଫଳତା ଅର୍ଜନ କରିଛନ୍ତି । ତାଙ୍କ ଶିକ୍ଷା ଜୀବନ ଆରମ୍ଭରୁ ହିଁ ଉଜ୍ଜ୍ୱଳ ଥିଲା ଶିକ୍ଷକ ମାନଙ୍କ କହିବା ଅନୁଯାୟୀ ସେ ଏକ ଅତ୍ୟନ୍ତ ଶ୍ରମ ଶୀଳ ଓ ମେଧାବୀ ଛାତ୍ରୀ ଯିଏ ନିଜ ଲକ୍ଷ୍ୟ ପାଇଁ ସଦା ନିଷ୍ଠାର ସହିତ କାମକରି ଆସୁଥିଲେ । ଏହି ସଫଳତା ପଛରେ ତାଙ୍କ ପରିବାରର ଅପାର ସମର୍ଥନ ଓ ପ୍ରେରଣା ରହିଛି । ପିତା ରାମନାଥ କାଡ୍ରାକା ସହ ପରିବାର ସଦସ୍ୟ ମାନେ ତାଙ୍କୁ ସମସ୍ତ ପରିସ୍ଥିତିରେ ସାହାଯ୍ୟ କରିଥିଲେ ଯାହାର ଫଳ ତାଙ୍କୁ ଏହି ଉଚ୍ଚ ସ୍ଥାନରେ ପହଞ୍ଚାଇଛି । ଖବର ପ୍ରଚାର ପରେ ଗ୍ରାମରେ ଖୁସିର ଲହରୀ ଦେଖିବାକୁ ମିଳିଛି । ଗ୍ରାମବାସୀମାନେ ତାଙ୍କ ଘରକୁ ଯାଇ ଅଭିନନ୍ଦନ ଜଣାଇଥିବା ସହ ମିଠା ବଣ୍ଟନ କରି ସଫଳତାକୁ ପାଳନ କରିଛନ୍ତି । ସ୍ଥାନୀୟ ଲୋକମାନଙ୍କ କହିବା ଅନୁଯାୟୀ କୀର୍ତ୍ତିକା ଙ୍କ ଏହି ସଫଳତା ଅଞ୍ଚଳର ଯୁବପିଢ଼ି ପାଇଁ ଏକ ବଡ଼ ପ୍ରେରଣା ହେବ । ଅନ୍ୟ ଛାତ୍ର ଛାତ୍ରୀ ମାନେ ମଧ୍ୟ ତାଙ୍କୁ ଅନୁସରଣ କରି ନିଜ ଲକ୍ଷ୍ୟ ପାଇଁ ଆଗକୁ ବଢ଼ିବେ । ଏହି ସଫଳତା କେବଳ ଏକ ପରିବାର କିମ୍ବା ଗ୍ରାମ ପାଇଁ ନୁହେଁ ବରଂ ସମଗ୍ର ରାୟଗଡା ଜିଲ୍ଲା ପାଇଁ ଗର୍ବର ଏକ ମୁହୂର୍ତ୍ତ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.