ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ରୁପ୍ରାରୋଡ ଠାରେ ହନୁମାନ ଜୟନ୍ତୀ ଓ ପଣା ସଂକ୍ରାନ୍ତି ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ରାସ୍ତା ଉପରେ ଥିବା ହନୁମାନ ମୂର୍ତ୍ତି ଠାରେ ମଙ୍ଗଳବାର ସକାଳୁ ସ୍ବତନ୍ତ୍ର ପୂଜାର୍ଚ୍ଚନା ଓ ହୋମଯଜ୍ଞ କରାଯାଇ ପଣା ଅର୍ପଣ କରାଯାଇଥିଲା। ଦିପକ ମହାନ୍ତି ଓ ଦିପ୍ତି ମହାନ୍ତି କର୍ତ୍ତା ଥିବାବେଳେ ଗୋପାଳ ତ୍ରିପାଠୀ ପୂଜକ ଦାଇତ୍ୱ ସଂପାଦନ କରିଥିଲେ। ଶହ ଶହ ଭକ୍ତ ହନୁମାନଙ୍କ ଦର୍ଶନ କରିବା ସହ ସ୍ବାଦିଷ୍ଟ ପଣା ସେବନ କରିଥିଲେ। ମନୋଜ ଚଣ୍ଡୀ, ମୁନୁ ବାରିକ, ଛନ୍ଦା ଭୋଇ, ସୁଶିଲ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସେହିପରି ଭାବେ ନର୍ଲା ବ୍ଲକର ନର୍ଲାରୋଡ, ତୁଲାପଡା, ସେରଗଡ, ନର୍ଲା, ରୁପ୍ରା, ସରିଆଁ, ରୁପ୍ରାରୋଡ, ଉଲିକୁପା, ନିଶାଣପୁର, ରେଖପୁର ସମେତ ବିଭିନ୍ନ ମଠ ମନ୍ଦିରରେ ମହାବିଷୁବ ସଂକ୍ରାନ୍ତି ପାଳିତ ହୋଇଯାଇଛି।





