ଦେବଗିରି ମଠରେ ପାଳିତ ହେଲା ମହାବିଷୁବ ସଂକ୍ରାନ୍ତି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ବୁଢ଼ୀପଦର ସ୍ଥିତ ଐତିହାସିକ ଦେବଗିରି ମଠରେ ମହାବିଷୁବ ସଂକ୍ରାନ୍ତି ବୈଦିକ ରୀତିରେ ଅନୁଷ୍ଠିତ ହୋଇଯାଇଛି। ମଠର ଆରଦ୍ଧ୍ୟ ଦେବତା ଭଗବତ ସ୍ବାମୀ, ଦଧିବାମନଜୀଉ, ସିଦ୍ଧି ବିନାୟକ, ଯୋଗିନୀଙ୍କ ସମେତ ଗୁମ୍ଫା ଭିତରେ ଥିବା କାଶି ବିଶ୍ୱନାଥ ମହାଦେବ, ମହାମାୟା ଚଣ୍ଡୀ, ଗଣପତି ବାବା, କୁମାର କାର୍ତ୍ତିକେୟ, ଧର୍ମଦେବତା ଶନି, ବାମନେନବୁଢୀ ଆଦି ଦେବାଦେବୀଙ୍କ ପାଖରେ ସ୍ବତନ୍ତ୍ର ପୂଜାପାଠ ସହ ପଣା ଲାଗି କରାଯାଇଥିଲା। ଏହି ଅବସରରେ ଦେବଗିରି ମଠ ଟ୍ରଷ୍ଟ ବୋର୍ଡର ମ୍ୟାନେଜିଂ ଟ୍ରଷ୍ଟି ସୁନୀଲ କୁମାର ଧଙ୍ଗଡାମାଝୀ ନୂତନ ପଞ୍ଜିକାର ଶୁଭାରମ୍ଭ କରିଥିଲେ। ମଠର ସେବାୟତ ତପିବର ଦାସ, ପୂଜକ ସନ୍ତୋଷ ପାଢ଼ୀ, ଗୋପାଳ ସେବକ ଟିକେ ଗଉଡ ପ୍ରମୁଖ ପୂଜା କାର୍ଯ୍ୟ ସଂପାଦନ କରିଥିଲେ। ସକାଳୁ ମଧ୍ୟାହ୍ନ ପର୍ଯ୍ୟନ୍ତ ଭକ୍ତମାନଙ୍କ ଗହଳି ଲାଗି ରହିଥିଲା। ଟ୍ରଷ୍ଟ ବୋର୍ଡ ସଦସ୍ୟ ଓ ସେବାୟତଙ୍କ ପରିବାରବର୍ଗ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.