ଚୌଦ୍ୱାର ସାହିତ୍ୟ ସଂସଦ ପକ୍ଷରୁ ବିଷୁବ ଆସର ଓ ବନ୍ଧୁମିଳନ ପର୍ବ 

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଦୀର୍ଘ ପଚାଶ ବର୍ଷର ସମ୍ଭ୍ରାନ୍ତ ସାରସ୍ୱତ ଅନୁଷ୍ଠାନ ‘ଚୌଦ୍ୱାର ସାହିତ୍ୟ ସଂସଦ’ ପକ୍ଷରୁ ଏ ବର୍ଷ ବିଷୁବ ଆସର ଓ ଓଡିଆ ନବବର୍ଷର ବନ୍ଧୁମିଳନ ପର୍ବ ରାଧାମୋହନ ଛକ ସ୍ଥିତ ଶ୍ରମିକ ପରିବାର ଯୁବକ ସଂଘ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ସାହିତ୍ୟ ସଂସଦର ସଭାପତି ବିଶ୍ୱକଲ୍ୟାଣ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ବିଶିଷ୍ଟ ଗୀତିକବି ମନୋଜ ପଟ୍ଟନାୟକ, ବିଶିଷ୍ଟ ଚିତ୍ରଶିଳ୍ପୀ ଶଶିକାନ୍ତ ରାଉତ, ଲବ୍ଧପ୍ରତିଷ୍ଠ ରମ୍ୟ-ବ୍ୟଙ୍ଗ ସ୍ରଷ୍ଟା ଓ ସ୍ତମ୍ଭକାର ରାଧାଶ୍ୟାମ ରାଉଳ ଵରେଣ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। କବି ଅକ୍ଷୟ ମିଶ୍ରଙ୍କ ସଂଯୋଜନାରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା।

ଏଥିରେ କବି ଉମାକାନ୍ତ ପୂଜାରୀ, ଆଦିକନ୍ଦ ବିହାରୀ,ରଘୁନାଥ ସ୍ୱାଇଁ, ପାନନ ବେହେରା, ଶୁକ ଦେଈ, ଜ୍ୟୋତ୍ସ୍ନାରାଣୀ ପାଣି, ସୌମ୍ୟଜିତ୍ ପାଣି, ରେଣୁବାଳା ସ୍ୱାଇଁ, ଜ୍ୟୋତିଶଙ୍କର ମିଶ୍ର, ଅଜିତ୍ କୁମାର ଦାଶ, ନିରଞ୍ଜନ ବେହେରା, ବୀଣାପାଣି ଦାଶ, ସ୍ମୃତିଶ୍ରୀ ଜଗଦ୍ଦେବ, ନାରାୟଣ ଜେନା, ଅକ୍ଷୟ ଫଗୁଣ, ପ୍ରାଚୀ ସାହୁ ପ୍ରମୁଖଙ୍କ ସମେତ ୩୦ରୁ ଉର୍ଦ୍ଧ୍ଵ କବି ସ୍ୱରଚିତ କବିତା ଆବୃତ୍ତି କରିଥିଲେ।

ସଂସଦର ସମ୍ପାଦକ ବିଶିଷ୍ଟ ସ୍ତମ୍ଭକାର ଦିବ୍ୟଜ୍ୟୋତି ପାଣି ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ସଂଗଠନ ସମ୍ପାଦକ ଚନ୍ଦ୍ରପ୍ରକାଶ ପଟ୍ଟନାୟକ, ସହ ସମ୍ପାଦକ ଭାସ୍କର ପ୍ରସାଦ ମହାପାତ୍ର, ସଦସ୍ୟ ପବିତ୍ରମୋହନ ସାହୁ,ହେମନ୍ତ ମହାରଣା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶ୍ରମିକ ପରିବାର ଯୁବକ ସଂଘର ସଭାପତି କୈଳାସଚନ୍ଦ୍ର ସାହାଣୀ, ବଳରାମ କର, ଶରତ କୁମାର ଖୁଣ୍ଟିଆ, ମାନସ ରଞ୍ଜନ ସାମଲ, ଲକ୍ଷ୍ମୀଧର ଖୁଣ୍ଟିଆ, ନିକୁଞ୍ଜବିହାରୀ ପଣ୍ଡା, ଡ଼. ମମତା ସାହୁ, ବୈଷ୍ଣବଚରଣ ପ୍ରଧାନ, ବି.ଡି. ବର୍ଦ୍ଧନ, ନାରାୟଣ ସ୍ୱାଇଁ ପ୍ରମୁଖ ଉତ୍ସବରେ ଉପସ୍ଥିତ ଥିଲେ। ଶେଷରେ ଯୁଗ୍ମ ସମ୍ପାଦିକା ଆଇନଜୀଵୀ ସରିତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.