ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡିର ପ୍ରଥମ ସ୍ୱାଧୀନତା ସଂଗ୍ରାମୀ ରେଣ୍ଡୋ ମାଝୀଙ୍କ ୨୧୧ତମ ଜନ୍ମ ଦିବସ ପାଳିତ ହୋଇ ଯାଇଛି। ସହିଦ ରେଣ୍ଡୋ ମାଝୀ ସ୍ମାରକୀ କମିଟି ଲୁବେନଗଡ଼ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ରେଣ୍ଡୋ ମାଝୀଙ୍କ ଦାୟାଦ ଯୋଗେଶ୍ଵର ମାଝୀ, ବିଶୁ କେଶନ ମାଝୀଙ୍କ ନେତୃତ୍ୱରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ନାଗରିକ ଅବସର ପ୍ରାପ୍ତ ପୁଲିସ ଅଧିକାରୀ ବୈଦ୍ୟ ନାରାୟଣ ଭୋଇ ଯୋଗ ଦେଇଥିଲେ। ରେଣ୍ଡୋ ମାଝୀଙ୍କ ପ୍ରତିମୂର୍ତ୍ତିରେ ପୂଜାର୍ଚନା ସହିତ ତାଙ୍କ ସ୍ମୃତି ଚାରଣ କରାଯାଇଥିଲା। ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସ୍ମାରକୀ କମିଟିର ସଦସ୍ୟମାନେ ସହଯୋଗ କରିଥିଲେ।





