ଭାରସାମ୍ୟ ହରାଇ ଓଲଟିଲା ମାଛ ବୋଝେଇ ଅଟୋ 

ଓଡ଼ିଆ ବାର୍ତ୍ତା/ ବାଲିଗୁଡା (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ମୁସୁକୁଲି ସ୍ଥିତ ଏକ ବୁଲାଣି ନିକଟରେ ମାଛ ବୋଝେଇ ହୋଇଥିବା ଏକ ଅଟୋ ଭାରସାମ୍ୟ ହରାଇ ଓଲଟି ପଡିବାରୁ ଦୁର୍ଘଟଣା ଘଟିଛି | ଘଟଣାରୁ ପ୍ରକାଶ ଯେ, ବାଲିଗୁଡାରୁ ଅଟୋ ଯୋଗେ ବାରଖମାକୁ ମାଛ ନେଇ ଯାଉଥିବା ସମୟରେ ରାଜ୍ୟ ରାଜପଥ ୪୧ନମ୍ବର ରାସ୍ତାର ମୁସୁକୁଲି ନିକଟରେ ଅଟୋ ଟି ଭାରସାମ୍ୟ ହରାଇ ଓଲଟି ଯାଇଥିଲା l ଦୁର୍ଘଟଣାରେ ଅଟୋ ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ବେଳେ ମାଛ ଗୁଡିକ କ୍ଷତି ଘଟିଥିବା ଜଣାପଡିଛି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.