ରୁପ୍ରାରୋଡ ରେଲ ଲେଭଲ କ୍ରସିଂ ଫାଟକରେ ଓଭରବ୍ରିଜ୍ ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲାର ଏକ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ରୁପ୍ରାରୋଡରେ ଟ୍ରାଫିକ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଜବରଦଖଲ ପାଇଁ ବସ୍ତିର ରାସ୍ତା ଅଣ ଓସାରିଆ ହୋଇ ପଡିଥିବାବେଳେ ବସ୍ତିର ପ୍ରବେଶ ଦ୍ୱାରରେ ଥିବା ରେଳ ଲେଭଲ କ୍ରସିଂ ଫାଟକ ଟ୍ରାଫିକ ସମସ୍ୟାର ଅନ୍ୟତମ କାରଣ ପାଲଟିଛି। ପ୍ରତ୍ୟେହ ଶତାଧିକ ଟ୍ରେନ ଚଳାଚଳ ଯୋଗୁଁ ରୁପ୍ରାରୋଡ ରେଳ ଫାଟକ ପ୍ରାୟ ସମୟ ବନ୍ଦ ରହୁଛି। ତେଣୁ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ବ୍ୟସ୍ତବହୁଳ ରୁପ୍ରାରୋଡ ରେଳ ଲେଭଲ କ୍ରସିଂ ଫାଟକ ନିକଟରେ ଓଭରବ୍ରିଜ୍ ନିର୍ମାଣ ନେଇ ଦୀର୍ଘ ବର୍ଷରୁ ଦାବି ହୋଇ ଆସୁଛି। ବର୍ତ୍ତମାନ ଏଠାରେ ଓଭରବ୍ରିଜ୍ ନିର୍ମାଣ ଆଶା ଉଜ୍ଜୀବିତ ହୋଇଛି। ଶୁକ୍ରବାର ରେଲୱେ ବିଭାଗର ଏଇଏନ ନିଜ ଟିମ୍ ସହ ଏହି ରେଳ ଲେଭଲ କ୍ରସିଂ ଫାଟକରେ ଉପସ୍ଥିତ ରହି ସ୍ଥିତି ସମିକ୍ଷା କରିଥିଲେ। ଏହାସହ ରୁପ୍ରାରୋଡରେ ରେଳ ଓଭରବ୍ରିଜ୍ କିପରି ନିର୍ମାଣ କରିହେବ ସେନେଇ ସାମ୍ବାଦିକ ସୁନୀଲ ଧଙ୍ଗଡାମାଝୀ, ଦିପକ ମହାନ୍ତି, ରଞ୍ଜନ ମହାନ୍ତି ଓ ସ୍ଥାନୀୟ ଜନତାଙ୍କ ସହ ଆଲୋଚନା କରିଥିଲେ ଏଇଏନ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.