ବସନ୍ତପଡ଼ା ଷୋହଳ ପ୍ରହର ନାମଯଜ୍ଞ ପାଇଁ ଭବ୍ୟ କଳସ ଶୋଭାଯାତ୍ରା 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ବସନ୍ତପଡା ପଞ୍ଚାୟତର ବସନ୍ତପଡ଼ା ଗ୍ରାମ ପରିସର ଠାରେ ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ ଭବ୍ୟ କଳସ ଶୋଭାଯାତ୍ରା  ଅନୁଷ୍ଠିତ ହେଇଯାଇଛି I ବସନ୍ତପଡା ଗ୍ରାମ ପ୍ରହରୀ ମଣ୍ଡପ ପରିସର ଠାରେ ଷୋହଳ ପ୍ରହର ନାମଯଜ୍ଞ ପାଇଁ ଭବ୍ୟ ଆୟୋଜନ କରାଯାଇଛି I ମଙ୍ଗଳବାର ସନ୍ଧ୍ୟାରେ ଏଥିପାଇଁ ସିନ୍ଧିବାହାଲି ପୋଖରୀରୁ ପବିତ୍ର ଜଳ ସଂଗ୍ରହ କରି ଏକ ବର୍ଣ୍ଣାଢ୍ୟ କଳସ ଶୋଭାଯାତ୍ରା ଆୟୋଜିତ ହୋଇଥିଲା I ଷୋହଳ ପ୍ରହର ନାମଯଜ୍ଞ ପରିଚାଳନା କମିଟିର ସଭାପତି ରାଜେନ୍ଦ୍ର ମାଳିଙ୍କ ତତ୍ତ୍ବାବଧାନରେ ଆୟୋଜିତ କଳସ ଶୋଭାଯାତ୍ରା ହଜାର ହଜାର ମହିଳା ଓ ପୁରୁଷ ଭକ୍ତ ସାମିଲ ହୋଇଥିଲେ I ଆଜି ନାମଯଜ୍ଞର ଅଧିବାସ କାର୍ଯ୍ୟାରମ୍ଭ ହୋଇଥିବାବେଳେ ଶୁଭକଳସ ସ୍ଥାପନ କରାଯାଇଥିଲା। ଏଥିରେ କର୍ତ୍ତା ଭାବେ ରାଜେନ୍ଦ୍ର ମାଳି ଓ ଧର୍ମପତ୍ନୀ ପୂଲସ୍ଟି ମାଳି, ସହକର୍ତ୍ତା ଭାବେ ଭୁଜେନ୍ଦ୍ର ନାଏକ ଓ ଧର୍ମପତ୍ନୀ ଭଗବତୀ ନାଏକ ଦାୟିତ୍ବ ତୁଲାଉଥିବା ବେଳେ ପୂଜକ ଭାବେ କୈଳାସ ଚନ୍ଦ୍ର ଦାସ, ପ୍ରଶାନ୍ତ କୁମାର ଦାସ, ନିରଜ କୁମାର ଦାସ, ସନ୍ତୋଷ କୁମାର ଆଚାର୍ଯ୍ୟ, ମନିସ କୁମାର ମିଶ୍ର ପ୍ରମୁଖ ଦାୟିତ୍ବ ତୁଲାଉଛନ୍ତି। ଏହି ଅବସରରେ ପ୍ରହରୀ କମିଟି ଉପ ସଭାପତି ଭୁଜେନ୍ଦ୍ର ନାୟକ, ସମ୍ପାଦକ ପ୍ରଫୁଲ୍ଲ ନାୟକ, ବସନ୍ତପଡା ଗୌନ୍ତିଆ ଚିରଞ୍ଜନ ନାୟକ, ଦେବେନ୍ଦ୍ର ମାଳି, ଅନନ୍ତ ନାଗ, ସୁରେନ୍ଦ୍ର ମାଝୀ, ଦୁଷ୍ମନ୍ତ ମାଳି ,ପର୍ଶୁରାମ ନାଏକ, ଜୟସେନ ମାଳି, ଚନ୍ଦନ ମାଳି,ଧନଞ୍ଜୟ ନାୟକ, କନ୍ତୁକ ମାଳି, ଛବୀଲାଲ ନାଏକ, ଭକ୍ତ ନାଏକ, ଡମ୍ବରୁ ମାଳି, ତ୍ରିଲୋଚନ ମାଳି, ଲିଙ୍ଗରାଜ ନାଏକ, ରଘୁ ନାଏକ, ଧନିଆ ନାଏକ, ଜୟସେନ ମାଳି, ଶମ୍ବୁ ନାଏକ ସମେତ ପ୍ରହରୀ ନାମଯଜ୍ଞ ପରିଚାଳନା କମିଟିର ସମସ୍ତ ସଦସ୍ୟ ଏବଂ ବସନ୍ତପଡା ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.