ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ବିଜୁ ଜନତା ଦଳ ନିଜର ମହିଳା ସଂଗଠନକୁ ଅଧିକ ସୁଦୃଢ କରିବାକୁ ପଦକ୍ଷେପ ଆରମ୍ଭ କରିଛି। ଏହିକ୍ରମରେ ବିଭିନ୍ନ ବ୍ଲକରେ ବିଜୁ ଜନତା ଦଳ ମହିଳା ସଂଗଠନର ସଭାନେତ୍ରୀ ଭାବେ ନିଯୁକ୍ତି ଦିଆଯାଇଛି। କଳାହାଣ୍ଡି ଜିଲ୍ଲା ବିଜେଡ଼ି ସଭାପତି ତଥା ଲାଞ୍ଜିଗଡ଼ ବିଧାୟକ ଓ ଜିଲ୍ଲା ମହିଳା ସଭାନେତ୍ରୀ ସବିତା ପ୍ରଧାନଙ୍କ ଅନୁମୋଦନ ପରେ ଲାଞ୍ଜିଗଡ଼ ବ୍ଲକ ବିଜୁ ମହିଳା ଦଳର ସଭାନେତ୍ରୀ ଭାବେ ସୁଷମା ମାଝୀଙ୍କୁ ଦାୟିତ୍ୱ ଦିଆଯାଇଛି। ସୁଷମା ଛତ୍ରପୁର ପଞ୍ଚାୟତର ସରପଞ୍ଚ ଭାବେ ନିର୍ବାଚିତ ହୋଇ ଦାୟିତ୍ୱ ତୁଲାଉଥିବାବେଳେ ତାଙ୍କ ଉପରେ ଆସ୍ଥା ରଖି ଦଳ ତାଙ୍କୁ ମହିଳା ସଂଗଠନ ଭାବେ ନିଯୁକ୍ତି ଦେଇଥିବା ସୂଚନା ମିଳିଛି। ସୁଷମା ନୂତନ ଦାୟିତ୍ୱ ପାଇବା ପରେ ଦଳୀୟ ନେତୃବୃନ୍ଦ ଓ କର୍ମୀ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି।





