ନର୍ଲାରେ ସନ୍ଥ କବି ଭୀମଭୋଇ ଜୟନ୍ତୀ ଓ ଆଲୋଚନା ଚକ୍ର

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ଆଦିବାସୀ କବି, ଲେଖକ ପରିଷଦ କଳାହାଣ୍ଡି ଆନୁକୂଲ୍ୟରେ କଳାହାଣ୍ଡି ଆଦିବାସୀ କର୍ମଚାରୀ ସଂଗ୍ରାମ ସମିତିର ସଭାପତି ଜୟ କୁମାର ମାଝୀଙ୍କ ଅଧ୍ୟକ୍ଷତାରେ ନର୍ଲା ଆଦିବାସୀ ସଂସ୍କୃତି ଭବନ ଠାରେ ସନ୍ଥ କବି ଭୀମଭୋଇଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଜୟନ୍ତୀ ଉତ୍ସବ କାର୍ଯ୍ୟକ୍ରମରେ ଆଲୋଚକ ଭାବରେ ନବକିଶୋର ମାଝୀ ଅଵସର ପ୍ରାପ୍ତ ଅଡିଟ ଅଫିସର,ଅଜିତ କୁମାର ଭୋଇ, ଯୁବ ଗବେଷକ ଓ ଶିକ୍ଷକ, କବି ଓ ଲେଖକ ଧବଳେଶ୍ୱର ବାଗ ପ୍ରମୁଖ ଯୋଗଦେଇ ଭୀମ ଭୋଇଙ୍କ ଜୀବନ ଦର୍ଶନ ଉପରେ ଆଲୋଚନା କରିଥିଲେ। ଅତିଥି ଭାବରେ ଦକ୍ଷିଣାଞ୍ଚଳ ଅତିରିକ୍ତ ରାଜସ୍ବ କମିଶନର ପୀତାମ୍ବର ଭୋଇ, ନର୍ଲା ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ମାଝୀ, ନର୍ଲା ବ୍ଲକ ସିଡୁଲ କାଷ୍ଟ ଫେଡେରେସନର ସଭାପତି ରଘୁନାଥ ଦୀପ, ନର୍ଲା ଆଦିବାସୀ ସଂଘ ଉପସଭାପତି ବୀରକିଶୋର ମାଝୀ, ଶବର ସମାଜ ସଭାପତି ଚନ୍ଦ୍ରଶେଖର ଶବର ପ୍ରମୁଖ ଯୋଗଦେଇ ଭୀମ ଭୋଇଙ୍କ ଜୀବନ ଦର୍ଶନ ଉପରେ ଆଲୋକପାତ କରିଥିଲେ। ପ୍ରଥମେ ସନ୍ଥ କବି ଭୀମଭୋଇଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା ପରେ ଆବାହକ ଶିକ୍ଷାବିତ କ୍ଷୀତିଶ ଚନ୍ଦ୍ର ମାଝୀ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମର ଆଭିମୁଖ୍ୟ ପ୍ରତିପାଦନ କରିଥିଲେ। ଏହାପରେ ଅଲେଖ ମହିମା ଧର୍ମାବଲମ୍ବୀ ସନ୍ଥ ବୀରସିଂ ମାଝୀ, ଶତୃଘ୍ନ ଭୋଇ, ରଘୁନାଥ ଓ ସାଥୀ ମାନେ ଖଞ୍ଜଣୀ ବାଦନ ସହ ଭୀମଭୋଇଙ୍କ ଭଜନ ଗାନ କରିଥିଲେ। ଏହାପରେ ଅତିଥି ବୃନ୍ଦ ସନ୍ଥ କବିଙ୍କ ସ୍ମୃତି ଚାରଣ କରିବା ସହିତ ସମାଜ ପାଇଁ ଭୀମଭୋଇଙ୍କ ଅବଦାନ ଓ ମାର୍ଗଦର୍ଶନ ନେଇ ମାନବ ସମାଜ ଅନୁପ୍ରାଣୀତ ହେବା ଉଚିତ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ। ଆଜି ଭଗବାନ ଗୌତ୍ତମ ବୁଦ୍ଧଙ୍କ ମଧ୍ୟ ଜନ୍ମ ଜୟନ୍ତୀ। ଆଉ ଭଗବାନ ଗୌତ୍ତମ ବୁଦ୍ଧ ଓ ସନ୍ଥ କବି ଭୀମଭୋଇଙ୍କ ଏକ ପ୍ରକାର ଚିନ୍ତାଧାରା ସାଙ୍ଗକୁ ସେମାନଙ୍କ ମତର ସାମଞ୍ଜସ୍ୟ ମଧ୍ୟ ଅନେକ କ୍ଷେତ୍ରରେ ଦେଖାଯାଉଥିଲା ବୋଲି ଅତିଥି ବୃନ୍ଦ ତାଙ୍କ ବକ୍ତବ୍ୟରେ କହିଥିଲେ। ଭୋଜନ ବିରତି ପରେ ଭୀମଭୋଇଙ୍କ ଉପରେ ରଚିତ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। କଳାହାଣ୍ଡିର ବିଭିନ୍ନ ଅଞ୍ଚଳରୁ କବି ଲେଖକ ମାନେ ଯୋଗଦେଇ ଭୀମ ଭୋଇଙ୍କ ଉପରେ ସ୍ଵରଚିତ କବିତା ପଠନ କରିଥିଲେ। ସମସ୍ତ କବିଙ୍କୁ ମାନପତ୍ର ସହ ଉଚ୍ଚ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ଆବାହକ କ୍ଷୀତିଶ ଚନ୍ଦ୍ର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ। କନ୍ଧ ସମାଜ ସଂସ୍କୃତି ଭବନର ସଭାପତି ଦୁର୍ଯ୍ୟୋଧନ ମାଝୀ ଓ ସାଥୀ ମାନେ କାର୍ଯ୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.