ଓଡ଼ିଆ ବାର୍ତ୍ତା/ କୋକସରା(ହିରଣ୍ୟ ବେହେରା): କୋକସରା ବ୍ଲକ ଆମପାଣି ଥାନା ଖଲିଗଡ ଗ୍ରାମର ଜଣେ ଯୁବକ ବେହେରା ଡ୍ୟାମରେ ମାଛ ଧରିବାକୁ ଯାଇ ଅକାତ କାତ ପାଣି ଭିତରେ ବୁଡ଼ି ଯାଇ ନିଖୋଜ ହୋଇଯାଇଥିଲେ। ଆଜି ଅଗ୍ନିଶମ ବାହିନୀ ଦିର୍ଘ ସମୟର ପରିଶ୍ରମ ପରେ ପାଣି ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି। ମୃତ ଯୁବକ ଜଣକ ହେଲେ ଖଲିଗଡର ସାଧୁରାମ ବାଗ (୪୫)।
ସୂଚନା ଅନୁସାରେ, ଶନିବାର ଅପରାହ୍ନରେ ଗାଁ ନିକଟସ୍ଥ ବେହେରା ଡ୍ୟାମ କୁ ମାଛ ଧରିବାକୁ ଯାଇଥିଲେ। ତେବେ ସମୟ ପରେ ମଧ୍ୟ ସାଧୁରାମ ଘରକୁ ଫେରି ନଥିଲେ। ଏହା ପରେ ପରିବାର ଲୋକେ ତାଙ୍କୁ ଖୋଜିବାକୁ ଯାଇ ଡ୍ୟାମର ପାଣି ଭିତରେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ମିଲି ନଥିଲା। ଏହି ପରେ ମୃତକଙ୍କ ସ୍ତ୍ରୀ ଆମପାଣି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ରବିବାର ଆମପାଣି ଥାନା ପୋଲିସ ଓ କୋକସରା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମ ବିଭାଗର ଓଆଇସି ପ୍ରଶାନ୍ତ ବାଘଙ୍କ ନେତୃତ୍ୱରେ ହାବିଲଦାର ସୁନୀଳରଞ୍ଜନ ବାରଳା କର୍ମଚାରୀ ସ୍ମୁତି ରଞ୍ଜନ ବିଶ୍ଵଳା, ଉମାଶଙ୍କର ନାଏକ, ରାଧେଶ୍ୟମ ପ୍ରଧାନୀ, ବିଶ୍ୱଜିତ ଜେନା ପ୍ରମୁଖ ବୋଟ ଓ ଅଣ୍ଡର ୱାଟର ବିଏସେଟ ସହାୟତାରେ ଦୀର୍ଘ ୩ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ପ୍ରାୟ ୨୫ ଫୁଟ୍ ପାଣି ଭିତରୁ ସାଧୁରାମଙ୍କ ମୃତଦେହ ଉଦ୍ଧାର କରିବାରେ ସଫଳ ହୋଇଥିଲେ। ଏହା ପରେ ଅଗ୍ନିଶମ ବାହିନୀ ପୋଲିସ କୁ ଶବ ହସ୍ତାନ୍ତର କରିଥିଲେ। ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କୋକସରା ମେଡିକାଲ କୁ ଅଧିକ ତଦନ୍ତ ଜାରି ରଖିଥିବା ଥାନା ପକ୍ଷରୁ ସୂଚନା ମିଳିଛି।





