ରାଣୀ ବାହାଳ ଗ୍ରାମର ଜନୀ ପଡାରେ ଜଳକଷ୍ଟ: ପ୍ରଶାସନ ଚୁପ୍ 

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇଛି। ଏପରି ସମୟରେ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ମଙ୍ଗଳପୁର ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ରାଣୀ ବାହାଳ ଗ୍ରାମର ଜାନୀପଡାରେ ଜଳକଷ୍ଟ ଦେଖାଦେଇଛି। ସରକାରଙ୍କ “ବହୁଧା ଯୋଜନା” ଏଠାରେ ଫେଲ୍ ମାରିଛି। ରଣୀ ବହାଲର ଜାନୀପଡାରେ ୭୧ ପରିବାର ବସବାସ କରୁଛନ୍ତି। ଗ୍ରାମରେ ତିନୋଟି ନଳକୂପ ଥିଇ ମଧ୍ୟ ଦୁଇଟି ଅଚଳ ହୋଇ ପଡିରହି ଥିବାରୁ ଗୋଟିଏ ନଳକୂପ ଉପରେ ନିର୍ଭରଶୀଳ। ଗ୍ରାମରେ ପୋଖରୀ ନିର୍ମାଣ ଅସମ୍ପୂର୍ଣ୍ଣ ହୋଇଥିବା ବେଳେ ପାୱାର କେନାଲ, ଝରଣା ଓ ପୋଖରୀ ପାଣି ବ୍ୟବହାର କରନ୍ତି। ଇନ୍ଦ୍ରାବତୀ ପ୍ରକଳ୍ପ ଠାରୁ ଦୁଇ କିଲୋମିଟର ଦୂରରେ ଅବସ୍ଥିତ ଜାନୀପଡା ପାଇଁ ପାରିପାର୍ଶ୍ବିକ ବିକାଶ ପାଇଁ ସରକାରୀ ସ୍ତରରେ କୌଣସି ପ୍ରକାର ପ୍ରୟାସ ହେଉନଥିବା ଗ୍ରାମ ଲୋକେ ଅଭିଯୋଗ କରିଛନ୍ତି। ଗ୍ରାମରେ ବିଦ୍ୟାଳୟ ନ ଥିବାରୁ ଦୁଇ କିଲୋମିଟର ଅତିକ୍ରମ କରି ରଣୀବାହାଲକୁ ପାଠପଡିବା ପାଇଁ ଯିବାକୁ ପଡିଥାଏ। ଏହି ଗ୍ରାମରେ ଏବେବି ଅନେକ ଶିଶୁ ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ ହେଉଥିବା ଲୋକମାନେ ପ୍ରକାଶ କରିଥିବା ବେଳେ ସମସ୍ୟାର ସମାଧାନ ପାଇଁ ଜନୀପଡା ବାସୀ ସ୍ଵତନ୍ତ୍ର ଦୃଷ୍ଟି ଦେବା ପାଇଁ ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.